Pratidin TV

Odisha's Digital News Platform

ମିଳିଲାନି ଆଶ୍ବସ୍ତିକର ଶୁଣାଣି…….ଜେଲରେ ରହିଲେ କେଜ୍ରିୱାଲ

1 min read

ଲୋକସଭା ନିର୍ବାଚନ ସମୟରେ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ଏକାଧିକ ଆବେଦନ ହୋଇସାରିଲାଣି | ହେଲେ ତାଙ୍କୁ ଆଶ୍ୱସ୍ଥି ମିଳିପାରୁ ନାହିଁ। ଆଜି ମଧ୍ୟ କେଜ୍ରିୱାଲ ସୁପ୍ରିମକୋର୍ଟ ପକ୍ଷରୁ ହୋଇଛନ୍ତି ନିରାଶ ।

ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ଏହା ପର ଦିନ ଇଡିର ଗିରଫଦାରୀ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯କୁ ଘୁଞ୍ଚେଇ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତିରେ କହିଥିଲେ, “କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ରିମାଣ୍ଡ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଉପରେ ଆଧାରିତ। କେଜ୍ରିୱାଲଙ୍କୁ ଅନ୍ୟ କାହା ପ୍ରରୋଚନାରେ ଗିରଫ କରାଯାଇଛି | ଯେଉଁମାନଙ୍କ ବିବୃତ୍ତି କ୍ରମେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା ସେମାନେ ବର୍ତ୍ତମାନ ସରକାରୀ ସାକ୍ଷୀ ହୋଇସାରିଲେଣି। କେଜ୍ରିୱାଲଙ୍କ ଗିରଫଦାରୀ ବେଆଇନ ତାଙ୍କୁ ତୁରନ୍ତ ମୁକ୍ତି କରାଯାଉ।” ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଯୁକ୍ତି ଶୁଣିବା ପରେ ତଦନ୍ତକାରୀ ସଂସ୍ଥା ଇଡିକୁ ଏହାର ଜବାବ ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହାପରେ ମାର୍ଚ୍ଚ ୨୯ ରେ ପରବର୍ତ୍ତୀ ଶୁଣାଣି ହେବ।

ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏପ୍ରିଲ ୨4 ସୁଦ୍ଧା ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ଇଡିଙ୍କଠାରୁ ଜବାବ ମାଗିଛନ୍ତି। ଏପ୍ରିଲ ୨୯ ରୁ ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଇଡି ଗିରଫକୁ ସିଏମ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ମନା କରିଦେଇଥିଲେ।

ଆଜି ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ତାଙ୍କୁ ଭେଟିଛନ୍ତି। ଏହା ପରେ ସେ ଦାବି କରିଛନ୍ତି ଯେ କେଜ୍ରିୱାଲଙ୍କୁ ଜଣେ କଠୋର ମୂଳ ଅପରାଧୀ ଭଳି ଜେଲରେ ରଖାଯାଇଛି। ଜେଲରେ ଆତଙ୍କବାଦୀଙ୍କୁ ଦିଆଯାଉଥିବା ସୁବିଧା ମଧ୍ୟ ସିଏମ୍ ମିଳୁନାହିଁ।

ଭଗବନ୍ତ ମନ କହିଛନ୍ତି, ମୁଁ ତାଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଗଲି। ତାଙ୍କୁ ଜଣେ କଠିନ ଅପରାଧୀ ଭଳି ବ୍ୟବହାର କରାଯାଉଛି। ତାଙ୍କର ଭୁଲ କ’ଣ? AAP ନେତା ମନ କହିଛନ୍ତି ଯେ ସେ କେଜ୍ରିୱାଲଙ୍କୁ ଅଧ ଘଣ୍ଟା ପାଇଁ ଭେଟିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ଏକ ଗ୍ଲାସ କାନ୍ଥ ଥିଲା ଏବଂ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଫୋନ୍ କଲ ମାଧ୍ୟମରେ ହୋଇଥିଲା।

Leave a Reply

Your email address will not be published. Required fields are marked *