Pratidin TV

Odisha's Digital News Platform

ସରକାରୀ ବଙ୍ଗଳା ଛାଡ଼ିବେ କେଜ୍ରିୱାଲ , ଏବେ ବୁଲି ବୁଲି ଖୋଜୁଛନ୍ତି ନୂଆଘର !

1 min read

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ  ଆତିଶୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେଜ୍ରିୱାଲ ଙ୍କୁ ଛାଡିବାକୁ ପଡିବ ତାଙ୍କର ସରକାରୀ ବାସଭବନ । ଯେଉଁଥିପାଇଁ ଏବେ ପୂର୍ବତନ କେଜ୍‌ରିିୱାଲ ପାଇଁ ଦିଲ୍ଲୀରେ ବାସଭବନ ଖୋଜା ଜୋରଦାର କରାଯାଇଛି।

କୁହାଯାଉଛି ଯେ ଏଏପି ମୁଖ୍ୟ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଦେବେ। ଆମ ଆଦମୀ ପାର୍ଟି କେଜ୍‌ରିଓ୍ବାଲଙ୍କୁ ଏକ ଘର ଆବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ, ଏ ପର୍ଯ୍ୟନ୍ତ ପୂର୍ବତନ ସିଏମ ଏ ସମ୍ପର୍କରେ କେନ୍ଦ୍ରରୁ କୌଣସି ଉତ୍ତର ପାଇନାହାଁନ୍ତି।

Advertisement

ବର୍ତ୍ତମାନ ଦିଲ୍ଲୀର ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ବନ୍ଧୀୟ ଖବର ହେଉଛି ଯେ ଅନେକ ଦଳର ବିଧାୟକ, କାଉନସିଲର, ପାର୍ଟି କର୍ମଚାରୀ ଏବଂ ସାଧାରଣ ନାଗରିକମାନେ ସେମାନଙ୍କର ସାମାଜିକ-ଅର୍ଥନୈତିକ, ରାଜନୈତିକ ପୃଷ୍ଠଭୂମି ନିର୍ବିଶେଷରେ ତାଙ୍କୁ ଘର ଯୋଗାଉଛନ୍ତି। ତାଙ୍କ ନିକଟକୁ ଆସିଥିବା ଅଧିକାଂଶ ବିକଳ୍ପ ହେଉଛି ନୂଆଦିଲ୍ଲୀ ଅଞ୍ଚଳ ବାହାରେ। ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ନିର୍ବାଚନମଣ୍ଡଳୀ ନୂଆଦିଲ୍ଲୀରେ ରହିବାକୁ ପସନ୍ଦ କରୁଛନ୍ତି। ଯାହାଫଳରେ ସେ ନିଜ ନିର୍ବାଚନମଣ୍ଡଳୀ ସହିତ ଜଡିତ ରହିବେ। ବର୍ତ୍ତମାନ ସୁଦ୍ଧା ଏହା ସ୍ଥିର ହୋଇନାହିଁ ଯେ ପୂର୍ବତନ ସିଏମ କେଉଁଠାରେ ରହିବେ, କିନ୍ତୁ ଖୁବ ଶୀଘ୍ର ତାଙ୍କର  ନୂଆ ଠିକଣା ନିଶ୍ଚିତ କରିବେ ନେବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *