Pratidin TV

Odisha's Digital News Platform

ପୋଲିସ କଲା ବଡ଼ ଖୁଲାସା , ସ୍ବାତୀଙ୍କ ଆକ୍ରମଣ ବେଳେ ଉପସ୍ଥିତ ଥିଲେ କେଜ୍ରିୱାଲ୍!

ସ୍ବାତୀ ମାଲିୱାଲ୍‌ ମାମଲା ଏବେ ନୂଆ ମୋଡ଼ ନେଇଛି । ଏବେ ଦିଲ୍ଲୀ ପୋଲିସ ନୂଆ ଏକ ତଥ୍ୟ ଦେଇଛି । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି  । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ରେ ଏକ ଚାର୍ଜସିଟ୍ ଅନୁଯାୟୀ ସ୍ବାତୀ ମାଲିୱାଲ୍‌ଙ୍କୁ ବିଭବ କୁମାର ଆକ୍ରମଣ କରିବା ବେଳେ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। ବିଭବ କୁମାରଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୁଲିସ୍‌ ସୂଚାଇ ଦେଇଛି ଯେ ଏହି ଆକ୍ରମଣ ପଛରେ ଏକ ବଡ଼ ଷଡଯନ୍ତ୍ର ହୋଇପାରେ।

ପୁଲିସ କହିଛି ଯେ ଏହି ଘଟଣା ପରେ ଉଭୟ ଆପ୍‌ ନେତା ଅତିଶୀ ଏବଂ ସଞ୍ଜୟ ସିଂ ସେମାନଙ୍କ ଷଡ଼ଯନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆକ୍ରମଣର ଗୋଟିଏ ଦିନ ପରେ ମେ ୧୪ ତାରିଖରେ ସଞ୍ଜୟ ସିଂ ଅଭିଯୁକ୍ତ ବିଭବ କୁମାରଙ୍କ କାର୍ଯ୍ୟକଳାପକୁ ସର୍ବସାଧାରଣରେ ନିନ୍ଦା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ତେବେ ତିନି ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିଶୀ ମାଲିୱାଲଙ୍କ ଅଭିଯୋଗକୁ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *