Pratidin TV

Odisha's Digital News Platform

ମନୀଷଙ୍କ ପରେ ଜେଲ ରୁ ବାହାରିବେ  କେଜ୍‌ରିଓ୍ବାଲ !

ଏବେ ମନୀଷ ସିସୋଦିଆଙ୍କ ପରେ ଜେଲ ରୁ ବାହାରିବେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ । କାରଣ ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଥିଲେ ।  ସେହି ମାମଲାରେ   କେଜ୍‌ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ  ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଏକ ଇମେଲ ପଠାଇବାକୁ କହିଛନ୍ତି। ଇଡି ମାମଲାରେ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିସାରିଛନ୍ତି।

କିନ୍ତୁ ସେ ଏପର୍ଯ୍ୟନ୍ତ ସିବିଆଇ ମାମଲାରେ ଜାମିନ ପାଇନାହାନ୍ତି। ଗିର ଫ ବିରୋଧରେ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଜାମିନ୍‌ ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଟ୍ରାଏଲ କୋର୍ଟକୁ ଯିବାକୁ କହିଥିଲେ। ଦିଲ୍ଲୀ ମଦ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ହେଲେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିଛି ।ଏହାପରେ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ରେ ଆବେଦନ କରିଥିଲେ  । ଯାହାପରେ ସେ ଜୁଲାଇ ୧୨ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ। ହେଲେ ଏହି ସମୟ ମଧ୍ୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲ୍‌ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *