Pratidin TV

Odisha's Digital News Platform

ମୋଦି ପାଳିବେ ଜନ୍ମଦିନ , ଜାଣନ୍ତୁ କାହିଁକି ଏହି ଦିନ ଇସ୍ତଫା ଦେବେ କେଜ୍ରିୱାଲ ?

ଆସନ୍ତା କାଲି ନରେନ୍ଦ୍ର ମୋଦି ପାଳିବେ 74 ତମ ଜନ୍ମ  ଦିନ  ଯେଉଁଥି ଚଳ ଚଞ୍ଚଳ ପୁରା ଦେଶ । ହେଲେ ଏହିଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆପ୍‌ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ସେ ତାଙ୍କର ଇସ୍ତଫା ଘୋଷଣା ପୂର୍ବରୁ କରି ସାରିଥିଲେ । ଆଜି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବେ ତାଙ୍କ ଇସ୍ତଫା ସହିତ  ଆସନ୍ତାକାଲି ନୂଆ ସିଏମଙ୍କ ନାଁ ମଧ୍ୟ ଘୋଷଣା କରାଯାଇପାରେ।

ସେହିପରି ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସିଏମ୍ କେଜ୍ରିୱାଲଙ୍କୁ ମଙ୍ଗଳବାର (ସେପ୍ଟେମ୍ବର 17) ଅପରାହ୍ନ 4:30 ସମୟ ଦିଆଯାଇଛି। ଦିଲ୍ଲୀର ପରବର୍ତ୍ତୀ ସିଏମ୍ କିଏ ହେବ ସେନେଇ ଅନେକ ନାଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ ଏହି ଲିଷ୍ଟରେ ରହିଛି, ଆତିଶି, ସୌରଭ ଭରଦ୍ୱାଜ ଏବଂ ରାଘବ ଚଢାଙ୍କ ନାଁ । ହେଲେ ଏ ପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ (ସେପ୍ଟେମ୍ବର 15) ନିଜ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ। ବର୍ତ୍ତମାନ

ଆପ୍‌ ସୂତ୍ରରେ କୁହାଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆସନ୍ତାକାଲି ଅପରାହ୍ନ ୪.୩୦ରେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଭେଟିବେ ଏହାସହିତ ସେ ଇସ୍ତଫା ପତ୍ର ଉପ ରାଜ୍ୟପାଳ ଙ୍କୁ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି  । ଏହି ସମୟରେ ସେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇବେ ଓ ଇସ୍ତଫାପତ୍ର ପ୍ରଦାନ କରିବେ। ସେହିପରି କେଜ୍ରିୱାଲ ଖୁବଶୀଘ୍ର ନିଜର ବାସଭବନ ମଧ୍ୟ ଖାଲି କରିବେ। ମୁଖ୍ୟମନ୍ତ୍ରୀ ଭାବେ ସେ ରହୁଥିବା ବାସଭବନକୁ ଖାଲି କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ଉପରେ ଆଲୋଚନା କରିବା ପାଇଁ ଆଜି ସନ୍ଧ୍ୟାର ଆପ୍‌ର ବରିଷ୍ଠ ନେତାମାନେ ବୈଠକ କରିବେ।

Leave a Reply

Your email address will not be published. Required fields are marked *