Pratidin TV

Odisha's Digital News Platform

ଆତ୍ମସମର୍ପଣ କରିବା ପୂର୍ବରୁ ଭାବପ୍ରବଣ ହେଲେ କେଜ୍ରିୱାଲ , ଭିଡିଓ ଜାରି କରି କହିଲେ ଏମିତି ..

1 min read

ଜୁନ୍ ୨ରେ ସରୁଛି କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଅବଧି । ଜୁନ୍ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ । ଏହା ପୂର୍ବରୁ ଏକ ଭାବପ୍ରବଣ ବାର୍ତ୍ତା ଜାରୀ କରିଛନ୍ତି କେଜ୍ରିୱାଲ । ବାର୍ତ୍ତା ଜାରୀ କରି କେଜ୍ରିୱାଲ କହିଛନ୍ତି ଯେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ମୋତେ ୨୧ ଦିନର ସମୟ ମିଳିଛି । ଆସନ୍ତାକାଲି ୨୧ ଦିନ ସମାପ୍ତ ହେଉଛି । ରବିବାର ଅର୍ଥାତ ଜୁନ ୨ ତାରିଖ ଦିନ ମୋତେ ଆତ୍ମସମର୍ପଣ କରିବାକୁ ପଡିବ । ସେ ଆହୁରି କହିଛନ୍ତି, ମୁଁ ତିହାର ଜେଲକୁ ଯିବି, ମୁଁ ଜାଣେ ନାହିଁ ସେମାନେ ମୋତେ କେତେ ଦିନ ତିହାର ଜେଲରେ ରଖିବେ । ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବା ପାଇଁ ମୁଁ ଜେଲ ଯାଉଛି’ । ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦିନକୁ ଚାରିଥର ମୋତେ ଇନସୁଲିନ ଇଞ୍ଜେକ୍ସନ ଦିଆଯାଏ। ଜେଲରେ ସେମାନେ ଅନେକ ଦିନ ପାଇଁ ମୋର ଇଞ୍ଜେକ୍ସନ ବନ୍ଦ କରିଦେଲେ, ମୋର ସୁଗାର ସ୍ତର ୩୦୦-୩୨୫ ରେ ପହଞ୍ଚିଥିଲା । ଯଦି ସୁଗାର ଏତେ ଦିନ ପର୍ଯ୍ୟନ୍ତ ରହିଥାଏ, କିଡନୀ ଏବଂ ଯକୃତ ନଷ୍ଟ ହେବାର ଭୟ ଥାଏ । ସେମାନେ କ’ଣ ଚାହୁଁଥିଲେ, ସେମାନେ କାହିଁକି ଏପରି କଲେ ମୁଁ ଜାଣି ନାହିଁ । ସେ କହିଛନ୍ତି, ମୁଁ ୫୦ ଦିନ ଜେଲରେ ଥିଲି ଏବଂ ଏହି ୫୦ ଦିନରେ ମୁଁ ୬ କିଲୋଗ୍ରାମ ଓଜନ ହ୍ରାସ କରିଛି । ଯେତେବେଳେ ମୁଁ ଜେଲକୁ ଗଲି, ମୋର ଓଜନ ୭୦ କିଲୋଗ୍ରାମ ଥିଲା, ଆଜି ଏହା ୬୪ କିଲୋଗ୍ରାମରେ ପହଞ୍ଚିଛି । ଜେଲରୁ ମୁକୁଳିବା ପରେ ମଧ୍ୟ ମୋର ଓଜନ ବଢୁ ନାହିଁ ।

ଡାକ୍ତରମାନେ କହୁଛନ୍ତି ଯେ, ଅନେକ ପରୀକ୍ଷା କରିବାକୁ ପଡିପାରେ। ପରିସ୍ରାରେ କେଟୋନ୍ ସ୍ତର ବହୁତ ଉଚ୍ଚ ହୋଇଛି । ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ଜୁନ ୨ ତାରିଖରେ ମୁଁ ଆତ୍ମସମର୍ପଣ କରିବି। ଏଥିପାଇଁ ମୁଁ ରାତି ପ୍ରାୟ ୩ ଟାରେ ମୋ ଘରୁ ବାହାରିଯିବି । ବୋଧହୁଏ ଏଥର ସେମାନେ ମୋତେ ଅଧିକ ନିର୍ଯାତନା ଦେଇପାରନ୍ତି । ଆପଣ ମାନେ ନିଜ ଯତ୍ନ ନିଅନ୍ତୁ । ଯଦି ଆପଣ ମାନେ ଖୁସି ରହିବେ ତେବେ ଆପଣଙ୍କ କେଜ୍ରିୱାଲ ମଧ୍ୟ ଖୁସି ରହିବ । କେଜ୍ରିୱାଲ ଆହୁରି କହିଛନ୍ତି ଜେଲରେ ରୁହେ ନହେଲେ ବାହାରେ ମୁଁ ଦିଲ୍ଲୀର କାମ ବନ୍ଦ କରିବାକୁ ଦେବି ନାହିଁ । ସେ ଆହୁରି କହିଛନ୍ତି, “ଆପଣଙ୍କର ମାଗଣା ବିଦ୍ୟୁତ୍, ହସ୍ପିଟାଲ୍, ମାଗଣା ଔଷଧ, ଚିକିତ୍ସା, ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା, ୨୪ ଘଣ୍ଟା ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ। ଫେରିବା ପରେ ମୁଁ ମଧ୍ୟ ପ୍ରତ୍ୟେକ ମା ଏବଂ ଭଉଣୀଙ୍କୁ ମାସକୁ ହଜାରେ ଟଙ୍କା ଦେବା ଆରମ୍ଭ କରିବି । ସେହିପରି ସେ ଆହୁରି କହିଛନ୍ତି, ଆପଣ ମାନେ ମୋ ପାଇଁ ଯଦି ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି ତେବେ ମୁଁ ନିଶ୍ଚିତ ଭାବରେ ସୁସ୍ଥ ରହିବି ।କେଜ୍ରିୱାଲ ଆହୁରି କହିଛନ୍ତି, ଆପଣଙ୍କ ପରିବାରର ପୁଅ ଭାବରେ ମୁଁ ମୋର କର୍ତ୍ତବ୍ୟ ସର୍ବଦା ପୂରଣ କରିଆସୁଛି। ଏଥର ମୋ ପରିବାର ପାଇଁ କିଛି ନିବେଦନ କରୁଛି। ମୋର ପିତାମାତା ବହୁତ ବୟସ ହୋଇଗଲାଣି। ମା ବହୁତ ଅସୁସ୍ଥ ଅଛନ୍ତି । ମୁଁ ଯିବା ପରେ ମୋର ପିତାମାତାଙ୍କର ଯତ୍ନ ନେଉଥିବେ।

Leave a Reply

Your email address will not be published. Required fields are marked *