କେଜ୍ରିୱାଲ ଙ୍କ ପରେ ଅଡୁଆରେ ସୁନିତା , ଆସିଲା ହାଇକୋର୍ଟରୁ ନୋଟିସ ..
1 min readକେଜ୍ରିଓ୍ୱାଲଙ୍କ ପରେ ଏବେ ଅଡୁଆରେ ପତ୍ନୀ ସୁନୀତା କେଜ୍ରିଓ୍ୱାଲ। ତାଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମଦ ନୀତି ମାମଲାରେ କୋର୍ଟ ଶୁଣାଣି ବେଳର ଭିଡିଓ ରେକର୍ଡିଂ ହଟାଇବାକୁ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । କେଜ୍ରିୱାଲଙ୍କ ହାଜର ସମୟରେ ସୋସିଆଲ ମିଡିଆରେ ଏହି ମାମଲାର ଶୁଣାଣି ବେଳର ଭିଡିଓ ପୋଷ୍ଟ କରିଥିବାରୁ ସୁନୀତା କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ କୋର୍ଟରେ ଆବେଦନ ହୋଇଥିଲା।
ଏହି ଆବେଦନ ଉପରେ ଆଜି ହାଇକୋର୍ଟ ଶୁଣାଣି କରି ସୁନୀତା କେଜ୍ରିଓ୍ୱାଲଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ କୋର୍ଟରେ ବ୍ୟକ୍ତିଗତ ରୂପେ ହାଜର ହୋଇ ନିଜ ମତ ରଖିଥିଲେ , ସେହି ସମୟର ଭିଡିଓକୁ ସୁନୀତା କେଜ୍ରିଓ୍ୱାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ଦିଲ୍ଲୀର ଜଣେ ଓକିଲ ବୈଭବ ସିଂହଙ୍କ ତରଫୁର କୋର୍ଟରେ ଆବେଦନ ହୋଇଥିଲା। କୋର୍ଟର ଏକ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି। ଭିଡିଓ କନଫରେନ୍ସିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ସୁନୀତା କେଜ୍ରିୱାଲ ଏବଂ ଅନ୍ୟ କେତେକଙ୍କ ବିରୋଧରେ ବେଞ୍ଚ ଏକ ନୋଟିସ ଜାରି କରିଛନ୍ତି। ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।