Pratidin TV

Odisha's Digital News Platform

ପୁଣି ଥରେ ଖୋଲିବ ରତ୍ନଭଣ୍ଡାର, ତାଲା ଚାବି ନେଇ ଏମିତି କହିଲେ ଶ୍ରୀମନ୍ଦିର ପ୍ରଶାସକ ..

1 min read

ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ। ୩ଟି ତାଲା ଭଙ୍ଗାଯାଇଥିଲେ ବି ୨ଟି ନୂଆ ତାଲା ପକାଇବା ସମ୍ଭବ ହୋଇଥିଲା। ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଟ୍ରେଜେରୀରେ ଜିମା ଦିଆଯାଇଛି। ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଆଉଥରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଏହି ସୟମରେ ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ। ମୁଖ୍ୟ ପ୍ରଶାସକଙ୍କ କହିବାନୁସାରେ, ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା। ସମୟ ଅଭାବରୁ ରବିବାର ଆମେ ସିନ୍ଦୁକ, ଆଲମାରୀ ଖୋଲାଯାଇପାରି ନଥିଲା। ପରବର୍ତ୍ତୀ ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ କରିଥିଲୁ। ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣା ଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି। ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ବାରା ମରାମତି କାର୍ଯ୍ୟ ସରିବା ପରେ ଗଣତି, ମଣତି ହେବ।

Advertisement

Leave a Reply

Your email address will not be published. Required fields are marked *