Pratidin TV

Odisha's Digital News Platform

‘କେଜ୍ରିୱାଲଙ୍କୁ ହଟାଓ ଦିଲ୍ଲୀ ବଞ୍ଚାଓ’; ମୋଦିଙ୍କ ପରେ କେଜ୍ରିୱାଲଙ୍କ ବିରୋଧରେ ଆସିଲା ଏଭଳି ପୋଷ୍ଟର..

1 min read

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଛି ପୋଷ୍ଟର ଯୁଦ୍ଧ । ମୋଦିଙ୍କ ପରେ କେଜ୍‌ରିୱାଲଙ୍କ ବିରୋଧରେ ଲାଗିଲା ପୋଷ୍ଟର । ଦିଲ୍ଲୀର ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସହରରେ ପୋଷ୍ଟର ଲଗାଯାଇଥିବା ବେଳେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି । ମଣ୍ଡି ହାଉସ ନିକଟରେ ଥିବା ପୋଷ୍ଟରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି ।

ପୋଷ୍ଟରରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅସାଧୁ, ଲାଂଚୁଆ ଏବଂ ଏକଛତ୍ରବାଦୀ ଶାସକ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ପୋଷ୍ଟରରେ ଲେଖା ଅଛି- ଅରବିନ୍ଦ କେଜ୍‌ରିୱାଲଙ୍କୁ ହଟାନ୍ତୁ, ଦିଲ୍ଲୀକୁ ବଂଚାନ୍ତୁ’ । ଏଠାରେ ବିଶେଷ କଥା ହେଉଛି, ଆବେଦନକାରୀଙ୍କ ବଦଳରେ ବିଜେପିନେତା ମନଜିନ୍ଦର ସିଂ ସିର୍ସାଙ୍କ ନାମ ଉଲ୍ଲେଖ କରାଯାଇଛି । ଏହାପୂର୍ବରୁ ମାର୍ଚ୍ଚ ୨୧ରେ ଦିଲ୍ଲୀ ସହରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତିଜନକ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହା ବିରୋଧରେ ଦିଲ୍ଲୀ ପୋଲିସ ପ୍ରାୟ ୧୦୦ଟି ମାମଲା ରୁଜୁ କରିଥିଲା ଏବଂ ୬ ଜଣଙ୍କୁ ମଧ୍ୟ ଗିରଫ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲେଖାଯାଇଥିବା ଏହି ପୋଷ୍ଟରରେ ‘ମୋଦି ହାଟାଓ-ଦେଶ ବଂଚାଓ’ ଲେଖାଯାଇଥିଲା । ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟିର କାର୍ଯ୍ୟାଳୟରୁ ଏକ ଭ୍ୟାନ ମଧ୍ୟ ଜବତ କରିଥିଲା, ଯେଉଁଥିରେ ହଜାର ହଜାର ପୋଷ୍ଟର ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *