Pratidin TV

Odisha's Digital News Platform

ଆର୍ଯ୍ୟ ସମାଜ ଗେଟ ରେ ପଡିଛି ତାଲା , ହନ୍ତସନ୍ତ ହେଉଛନ୍ତି ଲୋକେ..

1 min read

ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତା ସହିତ ସମାଜ ସଂସ୍କାରକ ଏବଂ ବୈଦିକ ସତ୍ୟର ଆଲୋଚନା ଏବଂ ନାରୀକୁ ପୁରଷ ସହିତ ସମକକ୍ଷ କରିବାରେ ଆର୍ଯ୍ୟ ସମାଜର ରହିଛି ଅତୁଳନୀୟ ଦାନ । ହେଲେ ଆଜି ରାଜଧାନୀ ଉପରେ ଆର୍ଯ୍ୟ ସଂଗଠନର ଲୋକମାନେ ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି । ଦୀର୍ଘଦିନ ହେଲାଣି ଆର୍ଯ୍ୟ ସମାଜରେ ତାଲା ପକାଇ ଦେଇଛନ୍ତି । ଗୋଷ୍ଠୀ ବିବାଦ ଯୋଗୁଁ ଗେଟ୍ ବନ୍ଦ କରି ଦିଆ ଯାଇଛି । ଏହା ସିଧାସଳଖ ଧର୍ମାବଲମ୍ବୀ ବୋକମାନଙ୍କ ଉପରେ ପଡୁଛି । ଏବଂ ଜନଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ ଆର୍ଯ୍ୟ ସମାଜ ସଂଗଠନର କର୍ମକର୍ତ୍ତା । ଏବଂ ସେହି ସମ୍ମିଳନୀରେ ସେ କହିଛନ୍ତି ଅସାମାଜିକ ବ୍ୟକ୍ତି ମାନେ ଭିତରେ ରହି ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯାହା ଆମକୁ କଷ୍ଟ ଦେଉଛି । ତେଣୁ ଭୁବନେଶ୍ୱର ପ୍ରଶାସନକୁ ଅନୁରୋଧ ସେମାନେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

Advertisement

Leave a Reply

Your email address will not be published. Required fields are marked *