Pratidin TV

Odisha's Digital News Platform

ନାଗା ଚୈତନ୍ୟଙ୍କ ବିବାହ ପାଖେଇ ଆସୁଥିବା ବେଳେ, ବଡ ଖୁଲାସା କଲେ ସାଉଥ ସୁନ୍ଦରୀ ସାମନ୍ଥା

1 min read

ସାଉଥ ସୁନ୍ଦର ସାମନ୍ଥା ଏବେ ତାଙ୍କ ଅଭିନୀତ ‘ସିଟାଡେଲ: ହନି ବନି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି | ଏହା ଏକ ୱେବ ସିରିଜ | ଏହି ସିରିଜ ରେ ବରୁଣ ଧୱନ ଏବଂ ସାମନ୍ଥା ଦୁହେଁ ,ମୁଖ୍ୟ ରୋଲ ପ୍ଲେ କରିଚାନ୍ତ୍ରୀ | ତେବେ ଏହି ଦୁହିଁଙ୍କ ଯୋଡ଼ିଙ୍କ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି | ତେବେ ନିକଟରେ ଆମାଜନ ପ୍ରାଇମ ଭିଡିଓ ପ୍ରଶଂସକମାନଙ୍କ ସହ ବରୁଣ ଏବଂ ସାମନ୍ଥାଙ୍କ ମଧ୍ୟରେ ଏକ ମଜାଳିଆ ବାର୍ତ୍ତାଳାପର ଏକ ଭିଡିଓ ସେୟାର କରିଛି | ଯେଉଁଥିରେ ସାମନ୍ଥାଙ୍କ ଏକ ବୟାନ ଯୋଗୁଁ ଅନେକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |

ତେବେ ଏହି ଭିଡ଼ିଓରେ ଦେଖିବକୁ ମିଳିଥିଲା ଯେ, ସାମନ୍ଥା ବରୁଣଙ୍କୁ କୌତୁହଳପୂର୍ଣ୍ଣ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି। ଯେଉଁଥିରେ ଦୁହେଁ ଖୁବ୍‌ ହସୁଥିବାର ନଜର ଆସିଥିଲେ ।

Advertisement

ଖେକରେ ଗୋଟିଏ ରାଉଣ୍ଡ ପରେ ବରୁଣ ସାମନ୍ଥାଙ୍କୁ ପଚାରିଥିଲେ ଯେ ଆପଣଙ କେଉଁ ଜିନିଷ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ କେଉଁ ଜିନିଷ ଅଦରକାରୀ ଥିଲା ? ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତ୍ରୀ କହିଥିଲେ ଯେ ତାଙ୍କ ଏକ୍ସର ମହଙ୍ଗା ଉପହାର | ବରୁଣ ଏହାର ମୂଲ୍ୟ ଜାଣିବାକୁ ଚାହିଁଥିଲେ, କିନ୍ତୁ ସାମନ୍ଥା ତାଙ୍କ ପ୍ରଶ୍ନକୁ କଥା କଥାରେ ଏଡାଇ ଦେଇଥିଲେ | ତେବେ ଆହୁରି ପ୍ରଶ୍ନ ଉତ୍ତର ଖେଳ ଚାଲିଥିଲା କିନ୍ତୁ ସାମନ୍ଥା ଙ୍କ ଏହି ପ୍ରଶ୍ନର ଉତ୍ତରରବିଡ଼ିଓ ସୋସିଆଲ ମିଡିଆରେ ଖୁବ ଚରଚାର ବିଷୟ ପାଲଟିଛି |

ଏହା ସ୍ପଷ୍ଟ ଯେ ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଅନେକ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଏହି ସ୍ପଷ୍ଟ ଉତ୍ତର ପରେ ଲୋକମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଯଦିଓ ନାଗା ଚୈତନ୍ୟଙ୍କ ସହ ତାଙ୍କର ଅତୀତ ସମ୍ପର୍କକୁ ନେଇ ଅଭିନେତ୍ରୀ ସର୍ବଦା ଏକ ସମ୍ମାନଜନକ ନୀରବତା ବଜାୟ ରଖିଛନ୍ତି, ତଥାପି ଅନେକ ପ୍ରଶଂସକ ନାଗା ଚୈତନ୍ୟଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି |

Leave a Reply

Your email address will not be published. Required fields are marked *