Pratidin TV

Odisha's Digital News Platform

ଆଶାରାମ ବାପୁଙ୍କୁ ଲାଗିଲା ସୁପ୍ରିମ୍ ଝଟ୍‌କା , ବାପୁଙ୍କ ଆବେଦନ ଉପରେ ବିଚାର କରିବନି କୋର୍ଟ …

ଆଶାରାମ ବାପୁଙ୍କୁ ଲାଗିଲା ସୁପ୍ରିମ୍ ଝଟ୍‌କା । ବାପୁଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଲା ସୁପ୍ରିମକୋର୍ଟ । ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ବଳାତ୍କାର ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଆତ୍ମଘୋଷିତ ବାବା ଅଶାରାମ ବାପୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ମନା କରିଦେଇଛନ୍ତି । ପୋଲିସ ହେପାଜତରେ ଥିବାବେଳେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶା ରାମଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି । ମହାରାଷ୍ଟ୍ରରେ ପୋଲିସ ହେପାଜତରେ ଥିବାବେଳେ ଆଶା ରାମ ଆୟୁର୍ବେଦିକ ଚିକିତ୍ସା ପାଇଁ ଦାବି କରିଥିଲେ, ଯେଉଁଥିରେ କୋର୍ଟ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ଯିବାକୁ କହିଥିଲେ ।


ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ ଯେ ଆଶାରାମ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି, ଏହାପୂର୍ବରୁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଝଟକା ପାଇଛନ୍ତି । ବାସ୍ତବରେ ହାଇକୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବା ପାଇଁ ତାଙ୍କର ଚତୁର୍ଥ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ତାଙ୍କୁ ପୋଲିସ ହେପାଜତ ବଦଳରେ ନିଜ ଇଚ୍ଛାରେ ଚିକିତ୍ସା କରିବାକୁ ଅନୁମତି ଦିଆଯାଏ, ତେବେ ଆଇନ ଶୃଙ୍ଖଳା ବିଗିଡି ଯାଇପାରେ । ତେଣୁ ତାଙ୍କୁ ପୋଲିସ ହେପାଜତରେ ରଖି ଡାକ୍ତରଖାନାରେ ଚିକିତ୍ସା କରିବାକୁ ପାଇଁ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *