Pratidin TV

Odisha's Digital News Platform

ଡି ଏସ କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ , ଆଶିଷ ସିଂଙ୍କ ଉପରେ ହୋଇପାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ..

1 min read

ଡିଏସ୍ କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି । କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ। ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ କରିଥିବା ଅଭିଯୋଗ କାରଣରୁ ମେ ୨୮ ତାରିଖରେ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ନିର୍ବାଚନ ଆୟୋଗ । ଏହା ସହିତ ସସପେଣ୍ଡ କାଳରେ ତାଙ୍କୁ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ଆଜି ସମାପ୍ତ କରିଛନ୍ତି ଇସି । କୁଟ୍ଟେଙ୍କୁ ନେଇ ନିର୍ବାଚନ କମିଶନ କହିଛନ୍ତି ଯେ ଚିଠିରେ ଦିଆଯାଇଥିବା ଅନ୍ୟ ନିର୍ଦ୍ଦେଶଗୁଡ଼ିକ ନିୟମ ଅନୁଯାୟୀ ଜାରି ରହିବ।

ବିଭାଗୀୟ ପ୍ରକ୍ରିୟା ଯଦି ଆବଶ୍ୟକ ହୁଏ ତାହାଲେ ଏହା ଆୟୋଗର ସହମତି ଅନୁଯାୟୀ ନିଷ୍ପତ୍ତି ନିଆଯାଇପାରେ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ତାଙ୍କ ନିଲମ୍ବନକୁ ତତ୍କାଳ ହଟାଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। ତେବେ ଅନ୍ୟପଟେ ଆଇପିଏସ ଅଧିକାରୀ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥ ଥିବା ଏମ୍ସ ଭୁବନେଶ୍ୱର କହିଛି। ତେବେ ଭୁଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଥିବା ଆଶୀଷ ସିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସୂଚନା ମିଳିଛି । ଆଶିଷ ପୁରା ଫିଟ୍ ଥିବା ECIଙ୍କୁ ଜଣାଇଥିଲେ AIIMS କର୍ତ୍ତୃପକ୍ଷ। ଏହାପରେ ଆଶିଷ ସିଂଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଯାହାଫଳରେ ଆଶିଷଙ୍କ ଅଡୁଆ ବଢିଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *