ଦଳର ଟିକେଟ ହାତେଇବା ଲୋଭରେ , ପରିଣତ ବୟସରେ କରିଦେଲେ ବିବାହ ..
1 min readବାଜି ସାରିଲାଣି ନିର୍ବାଚନୀ ବିଗୁଲ । ଏହି ନିର୍ବାଚନରେ ଗାଦି ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ନେତା । କେବଳ ନେତା ନୁହେଁ ସମସ୍ତଙ୍କୁ ଘାରିଛି ଆସନ ଲୋଭ । ତେବେ ଏହି ନିର୍ବାଚନୀ ଦୌଡ଼ରେ ସାମିଲ ହୋଇଛି ଜଣେ କୁଖ୍ୟାତ ଅପରାଧୀ । ଏହାରି ଭିତରେ ୬୦ ବର୍ଷ ବୟସରେ ବିବାହ କରିଛନ୍ତି ସେହି କୁଖ୍ୟାତ ଅପରାଧୀ । ୱେବ୍ ସିରିଜ ‘ଖାକି: ଦ ବିହାର ଚାପ୍ଟର’ ବିଷୟରେ ଅନେକ ଜାଣିଥିବେ । ଏହି ୱେବ୍ ସିରିଜର ରିୟଲ ଭିଲିଆନ ଅଶୋକ ମେହେତୋ ଅର୍ଥାତ୍ ବିହାରର ଯେଉଁ ଅପରାଧି ଉପରେ ୱେବସିରିଜଟି ନିର୍ମାଣ ହୋଇଥିଲା, ସେହି କୁଖ୍ୟାତ ଅପରାଧୀ ଏବେ ୬୦ ବର୍ଷ ବୟସରେ ବିବାହ କରିଛନ୍ତି । ପତ୍ନୀଙ୍କୁ ଲୋକସଭା ଆସନରେ ଠିଆ କରାଇବା ପାଇଁ ସେ କରିଛନ୍ତି ବିବାହ । ବିହାର ନାଳନ୍ଦା ଅଞ୍ଚଳର ଏହି କୁଖ୍ୟାତ ଅପରାଧୀ ଅଶୋକ ମାହତୋ । ବିହାର ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଜେଡିୟୁ ବିଧାୟକ ଉପରେ ଆକ୍ରମଣ ମାମଲାରେ ୧୭ ବର୍ଷ ଜେଲରେ ଥିବା ଅଶୋକ ଆସନ୍ତା ଲୋକସଭା ନିର୍ବାଚନରେ ଲଢିବା ପାଇଁ ତରବରିଆ ଭାବେ ବାହା ହୋଇଛନ୍ତି ।
ସୂଚନାନୁଯାୟୀ ଚଳିତଥର ବିହାରର ମୁଙ୍ଗେର ଲୋକସଭା ଆସନରୁ ନିଜ ନିର୍ବାଚନ ଲଢ଼ିବାକୁ ସେ ଚାହୁଁଛନ୍ତି । କିନ୍ତୁ ନାମାଙ୍କନ ପତ୍ର ରଦ୍ଦ ହୋଇଯିବା ଭୟ ତାଙ୍କୁ ଘାରିଛି । ଏଥିପାଇଁ ସେ ଆପଣାଇଛନ୍ତି ବିକଳ୍ପ ପନ୍ଥା ।୧୭ ବର୍ଷ ପରେ ଗତବର୍ଷ ଡିସେମ୍ବର ମାସରେ ଜେଲ୍ରୁ ଫେରିଥିବା ଅଶୋକ ମାହତୋ ମଙ୍ଗଳବାର ଲଖିସରୟା ଜିଲ୍ଲାର କୁମାରୀ ଅନୀତାଙ୍କୁ ବିବାହ କରିଛନ୍ତି । ବିବାହ ପାଇଁ କୌଣସି ଲଗ୍ନ ନଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ସେ ଏହି ବିବାହ କରିଛନ୍ତି ।କୁଖ୍ୟାତ ଅପରାଧୀ ଅଶୋକ ମେହେତୋ ପାଟନା ଜିଲ୍ଲାର ବଖସ୍ତିଆରପୁର ସ୍ଥିତ ଜଗଦମ୍ବା ମନ୍ଦିରରେ ମଙ୍ଗଳବାର ଦିନ ବିବାହ କରିଛି । ତା’ ପତ୍ନୀଙ୍କ ଘର ମୁଙ୍ଗେର ଜିଲ୍ଲାର ବରିୟାରପୁର ଗାଁରେ ଏବଂ ସେ ଦିଲ୍ଲୀରେ ରହି ଚାକିରି କରନ୍ତି । ଅଶୋକ ମାହତୋ ହେଉଛନ୍ତି ନୱାଦା ଜିଲ୍ଲାର କୋନନପୁର ନିବାସୀ , ସେ ବିହାର ର ଏକ କୁଖ୍ୟାତ ଅପରାଧୀ । ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଶେଖପୁରା ଜେଡିୟୁ ବିଧାୟକ ରଣଧୀର କୁମାର ସୋନିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଥିଲେ । ୨୦୦୫ରେ ସାଂସଦ ରାଜୋ ସିଂ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ତାଙ୍କୁ ଦାୟୀ କରାଯାଇଥିଲା ।