Pratidin TV

Odisha's Digital News Platform

ASI ଗୋପାଳ ହିରୋ ନା ଭିଲିଆନ୍ ! ନିର୍ଭିକ୍ ଭାବେ ସର୍ବସମ୍ମୁଖରେ କାହିଁକି କଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଫାଇରିଂ ..

ଝାରସୁଗୁଡା : ମହାତ୍ମାଗାନ୍ଧୀ ଙ୍କୁ ନାଥୁରାମ ଗଡେସାମ କରିଥିବା ହତ୍ୟା ଭଳି ୨୯ ଜାନୁଆରୀର ୨୦୨୩ରେ ଏଭଳି ହତ୍ୟାର ପୁନରାବୃତ୍ତି ଘଟିଛି । ଗତକାଲି ଝାରସୁଗୁଡାରେ ଗାନ୍ଧୀ ଛକଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲେ ଝାରସୁଗୁଡା ବ୍ରଜରାଜନଗର ଏଏଆଇ ଗୋପାଳକୃଷ୍ଣ ଦାସ । ହଜାର ହଜାର ଲୋକଙ୍କ ଭିଡରେ ବାହ୍ୟ ଶତ୍ରୁଠାରୁ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ଆସିଥିବା ଏଏସଆଇ କାହିଁକି ଏଭଳି ପଦକ୍ଷେପ ଉଠାଇଲେ ତାହା ଏବେ ରାଜ୍ୟବାସୀଙ୍କ ଆଗରେ ଏକ ବଡ ପ୍ରଶ୍ନବାଚୀ ।

ତେବେ ଏଏସଆଇ ଗୋପାଳ ଦାସ ଗତ ୫ ମାସ ହେବ ବ୍ରଜରାଜନଗରକୁ ବଦଳି ହୋଇଥିଲେ । ନିଜ କାମ ମଧ୍ୟ ଠିକ୍ ଠାକ୍ ଚଳାଇଥିଲେ । ତେବବେ ହଠାତ୍ କାହିଁକି ଏବଳି ପଦକ୍ଷେପ ଉଠାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛିା ଏନେଇ ଲୋକମାନଙ୍କ ମଧ୍ୟରେ ଅନେକ କଳ୍ପନା ଜଳ୍ପନା ଚାଲିଛି । କେହି କେହି ଗୋପାଳଙ୍କୁ ଭିଲିଆନ କହି ଗାଳିଦେଉଥିବା ବେଳେ ଆଉ କିଛି ସ୍ଥାନରେ ଗୋପାଳଙ୍କୁ ସିଙ୍ଗମ ବୋଲି କହୁଛନ୍ତି ଲୋକେ । ଜଣେ ପୋଲିସ ଏଏସଆଇ ଆଇନ କାନୁନ ବିଷୟରେ ସବୁ ଜାଣି ମଧ୍ୟ ଏପରି ପଦକ୍ଷେପ କାହିଁକି ଉଠାଇବା । ମନ୍ତ୍ରୀଙ୍କୁ ହତ୍ୟା କରିବା ପୂର୍ବରୁ ସେ ନିଜ ବିଷୟରେ ଓ ନିଜ ପରିବାର ବିଷୟରେ ତ ନିଶ୍ଚୟ ଭାବିବ । ଯଦିବା ଗୋପାଳଙ୍କର ମନ୍ତ୍ରୀ ନବ ଦାସଙ୍କ ସହ କୌଣସି ପ୍ରକାରର ବ୍ୟକ୍ତିଗତ କିମ୍ବା ଅନ୍ୟକିଛି କଳହ ଥାନ୍ତା ତେବେ ଏଏସଆଇ ଗୋପାଳ ଅନ୍ୟ କିଛି ଉପାୟ ଆପଣେଇ ଥାନ୍ତେ । ଏପରି ସାମ୍ନାସାମ୍ନି ଲୋକମାନଙ୍କ ଆଗରେ ନିଜ ପୋଲିସ ଡିପାର୍ଟମେଣ୍ଟ ଆଗରେ କାହିଁକି ନବଙ୍କୁ ଗୁଳି ଚଳାଇଥାନ୍ତେ । ନିଶ୍ଚିନ୍ତ ଏସବୁ ପଛରେ ଏକ ବଡ କାରଣ ରହିଛି ଯାହା ବର୍ତ୍ତମାନ ସୁଦ୍ଧା ବାହରକୁ ଆସିନାହିଁ ବୋଲି ସମାଲୋଚନା ହେଉଛି ।

କେହି କେହି ନବଙ୍କ ମୃତ୍ୟୁକୁ ବଲିଉଡ୍ ସହ ସଂଯୋଗ କରିଛନ୍ତି । ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ ଭଳି ଏଏସଆଇ ଗୋପାଳ ରାଜନେତାଙ୍କ ବିନାଶ କରିଛନ୍ତି ବୋଲି ଅନେକ କ୍ଷେତ୍ରରେ ତର୍କବିତର୍କ ଚାଲିଛି ।

ଅନ୍ୟପଟେ ଗୋପାଳଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ଏକ ବଡ ଖୁଲାସା କରିଛନ୍ତି । ଏଏସଆଇ ଗୋପାଳ ବାଇପୋଲାର ଡିଜ୍ ଅର୍ଡର ଶୀକାର ବୋଲି କହିଛନ୍ତି ସେ । ସେ ଦୀର୍ଘ ୮ ବର୍ଷ ତଳେ ଏମକେସିଜି ସାଇକଆଟ୍ରିକ୍ ଡାକ୍ତର ଚନ୍ଦ୍ରଶେଖର ତ୍ରୀପାଠୀଙ୍କ ପାଖକୁ ନିଜର ଚିକିତ୍ସା ନିମନ୍ତେ ଆସିଥିଲେ । ସେତେବେଳେ ସେ ଏପରି ମାନସିକ ରୋଗର ଶୀକାର ହୋଇଥିଲେ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ । ଏପରି ରୋଗୀଙ୍କୁ ନିୟମିତ ଔଷଧ ଖାଇବା ଆବଶ୍ୟକ ବୋଲି ଗେ।।ପାଳଙ୍କୁ କହିଥିଲେ ଡାକ୍ତର । କିନ୍ତୁ ଗୋପାଳ ୧ ବର୍ଷ ତଳେ ଆସିଥିଲେ ତାଙ୍କ ପାଖକୁ ସେ ରେଗୁଲାର ମେଡିସିନ ଖାଉଛନ୍ତି କି ନାହିଁ ତାହା ଜାଣିନାହନ୍ତି ଡାକ୍ତର ତ୍ରିପାଠି । କାରଣ ବର୍ଷେ ପୂର୍ବରୁ ଗୋପାଳ ଯାହା ଆସିଥିଲେ ଟ୍ରିଟମେଣ୍ଟ ପାଇଁ । ତାପରଠୁ ଗୋପାଳଙ୍କର ଆଉ ଦେଖାନଥିଲା ।

Leave a Reply

Your email address will not be published. Required fields are marked *