Pratidin TV

Odisha's Digital News Platform

ଯାଞ୍ଚ ପାଇଁ ଗଲା ଟିମ୍‌ , ଖୋଲିବେ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ..

1 min read

ଫିଟିବ ଗୁପ୍ତ ସୁଡ଼ଙ୍ଗର ରହସ୍ୟ। କାରଣ  ସୁଡ଼ଙ୍ଗ ଖୋଜିବେ ବିଶେଷଜ୍ଞ ଟିମ।  ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତାହାର  ତଦାରଖ କରିବ ଟିମ୍‌। ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ହେବ ତଦାରଖ। ଏନେଇ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ, ତଦାରଖ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ବିଶେଷଜ୍ଞ ଟିମ ଦ୍ବାରା ଯାଞ୍ଚ କରାଯିବ। ଭଣ୍ଡାରରେ କିଛି ରହସ୍ୟ ଅଛି କି ନାହିଁ ଦେଖାଯିବ।ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି।

ସେହିପରି ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତରିତ ହୋଇ ସାରିଛି ।ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନୀରିକ୍ଷଣ କରିବେ ଏଏସ୍ଆଇ।ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଅନୁରୋଧ କରିଛନ୍ତି। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ନେଇ ଚର୍ଚ୍ଚା ଉଠିଥିବାବେଳେ ଏହି ଯାଞ୍ଚ ଦ୍ୱାରା ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ତାହା ସ୍ପଷ୍ଟ ହେବ। ସେହିପରି ରତ୍ନଭଣ୍ଡାର ତଳେ ଗୁପ୍ତ କୋଠରୀ ରହିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ।

Leave a Reply

Your email address will not be published. Required fields are marked *