Pratidin TV

Odisha's Digital News Platform

ଏସିଆ କପ୍ ୨୦୨୩ ; ଘୋଷଣା ହେଲା ଟିମ୍ ଇଣ୍ଡିଆର ସ୍କ୍ୱାର୍ଡ , ତିଲକ ବର୍ମାଙ୍କ ସହ ସପ୍ରାଇଜ୍ ଏଣ୍ଟ୍ରି କଲେ ଏହି ୩ ଖେଳାଳି …

1 min read

ନୂଆଦିଲ୍ଲୀ : ୨୦୨୩ ଏସିଆ କପ୍ ପାଇଁ ୧୭ ଜଣିଆ ସ୍କ୍ବାଡ୍ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ତେବେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ । ଯାହାକି ସେପ୍ଟମ୍ବର ୧୭ ତାରିଖ ଯାଏ ଜାରି ରହିବ । ତେବେ ଏହି ଏସିଆ କପ୍ ପାକିସ୍ତାନର ମେଜବାନୀରେ ହାଇବ୍ରିଡ୍ ମଡେଲ ଆଧାରରେ ଖେଳାଯିବ ବୋଲି ସୂଚନା ମିଳିଛି । ରୋହିତଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବାକୁ ଯାଉଥିବା ବେଳେ ଉପଅଧିନାୟକ ଭାର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନିକଟରେ ରହିଛି ।

ଦୀର୍ଘଦିନ ପରେ ଦଳକୁ ଫେରିଥିବା ଜସପ୍ରୀତ ବୁମରାହଙ୍କୁ ଏସିଆ କପ୍ ସ୍କ୍ବାଡରେ ସାମିଲ କରାଯାଇଛି । ତାସହ ତିଲକ ବର୍ମାଙ୍କର ହୋଇଛି ସପ୍ରାଇଜ୍ ଏଣ୍ଟ୍ରି । ସେହିଭଳି ଜସପ୍ରୀତ ବୁମରା , ଶ୍ରେୟସ୍ ଅୟର ଏବଂ କେ.ଏଲ ରାହୁଲଙ୍କର ମଧ୍ୟ ହୋଇଛି ଏଣ୍ଟ୍ରି ।

Advertisement

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍‌ରେ ନିଜ ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ ରେ ଖେଳିବ । ଏହି ମୁକାବିଲା ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ଏହାପରେ ଭାରତର ୨ୟ ଗ୍ରୁପ୍ ମ୍ୟାଚ୍ ନେପାଳ ବିପକ୍ଷରେ ସେପ୍ଟେମ୍ବର ୪ ରେ ଖେଳାଯିବ । ତେବେ ଏହି ଏସିଆ କପରେ ଭାରତ ,ପାକିସ୍ତାନ ଏବଂ ନେପାଳ ଗ୍ରୁପ୍‌-ଏ ରେ ରହିବେ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ତିଲକ ବର୍ମା, ଲୋକେସ ରାହୁଲ, ଇଶାନ କିଶନ, ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା

Leave a Reply

Your email address will not be published. Required fields are marked *