Pratidin TV

Odisha's Digital News Platform

Asia Cup 2023 ; ଆଜି ପାକିସ୍ତାନ-ଶ୍ରୀଲଙ୍କା ପାଇଁ କର୍ ବା ମର୍ ମୁକାବିଲା …

1 min read

ନୂଆଦିଲ୍ଲୀ : ଆଜି କଲୋମ୍ବୋ ପଡିଆରେ ଏସିଆ କପ୍ ୨୦୨୩ ର ସୁପର-୪ ରାଉଣ୍ଡ । ଶ୍ରୀଲଙ୍କା -ପାକିସ୍ତାନ ମୁହାଁମୁହିଁ । ଯେଉଁ ଦଳ ଆଜି ଏହି ମ୍ୟାଚ୍‌ଟିକୁ ଜିତିବ ସେହିଁ ଫାଇନାଲରେ ଟିମ୍ ଇଣ୍ଡିଆକୁ ଏସିଆ କପ୍‌ପାଇଁ ଟକ୍କର ଦେବ । ତେବେ ଏହି ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖ ଦିନ କଲୋମ୍ବୋରେ ହିଁ ଆୟୋଜିତ ହେବ । ତେବେ ପୂର୍ବରୁ କଲୋମ୍ବୋ ଆକାଶରେ ଦେଖାଦେଉଥିବା କଳାବାଦଲର ଭୟ ଆଜିବି ଘାରିଛି ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ । ଯଦି ବର୍ଷା ଏହି ମ୍ୟାଚ୍‌ରେ ବାଧକ ସାଜେ ତେବେ ଘରୋଇ ଶ୍ରୀଲଙ୍କା ଉନ୍ନତ ରନ୍ ହାର ଭିତ୍ତିରେ ଫାଇନାଲ୍ ପହଞ୍ଚିଯିବ । ଭାରତ ୨ ମ୍ୟାଚ୍ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି ।

ଅନ୍ୟପଟେ ପାକିସ୍ତାନକୁ ଘାରିଛି ମ୍ୟାଚ୍ ଜିତିବାର ଚିନ୍ତା । କାରଣ ଦଳର ନେଟ୍ ରନ୍ ରେଟ୍ -୦.୮୯୨ ବହୁ ତଳେ ଥିବାବେଳେ ଶ୍ରୀଲଙ୍କା -୦.୨୦୦ ସାମାନ୍ୟ ଆଗରେ ଅଛି । ସେହି ଦୃଷ୍ଟିରୁ ଫାଇନାଲ ପ୍ରବେଶ ଆଶାରେ ଥିବା ପାକିସ୍ତାନ ଏକ ପୂର୍ଣ୍ଣ ମ୍ୟାଚ୍ ସହ ବିଜୟ ଆବଶ୍ୟକ କରିବ। ଶ୍ରୀଲଙ୍କାକୁ ନିଶ୍ଚିତ ବିଜୟ କିମ୍ବା ସମ୍ପୂର୍ଣ୍ଣ ବର୍ଷା ଫାଇନାଲ୍ ନେଇପାରିବ। ଭାରତ ନିକଟରୁ ୨୨୮ ରନ୍ରେ ହାରିବା ପାକିସ୍ତାନକୁ ଅଡୁଆରେ ପକାଇଛି ।

Advertisement

ଆଜି ପାକିସ୍ତାନ ଖେଳାଳିଙ୍କୁ ଶ୍ରୀଲଙ୍କା ଆଗରେ ଅଧିକ ବଳ ଗୋଟାଇବାକୁ ହେବ । କାରଣ ଶ୍ରୀଲଙ୍କାର ୨୦ ବର୍ଷୀୟ ସ୍ପିନର ଦୁନିଥ୍‌ଙ୍କ କମାଲ ନିକଟରେ ସଭିଙ୍କୁ ଚକିତ କରିଛି । ଏକାକି ସେ ଭାତୀୟ ଦଳର ମାହାରଥୀମାନଙ୍କୁ ପଡିଆରେ ଧୂଳି ଦେଖାଇଦେଇଥିଲେ । ଗତମ୍ୟାଚ୍‌ରେ ଦୁନିଥ ବିରାଟ କୋହଲି,ଶୁବମନ୍ ଗିଲ୍‌,କେଏଲ ରାହୁଲ,ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଷ୍‌ାନ କିଶାନଙ୍କୁ ପଡିଆରୁ ଆଉଟ୍ କରାଇଥିଲେନିଜ ସ୍ପିନ୍ ଯାଦୁରେ ତେବେ ପାକିସ୍ତାନକୁ ବର୍ତ୍ତମନ ଦୁନିଥ୍‌ଙ୍‌କ ଭୟ ଘାରିଛି ।

Leave a Reply

Your email address will not be published. Required fields are marked *