Pratidin TV

Odisha's Digital News Platform

ପାଣି ନେଇ ପଡିଆକୁ ଡେଇଁ ଡେଇଁ ଆସିଲେ କିଙ୍ଗ କୋହଲି, ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ

1 min read

କଲମ୍ବୋରେ ଚାଲିଛି ଭାରତ ଶ୍ରୀଲଙ୍କା ମଧ୍ୟ ଏସିଆକପ ୨୦୨୩ ର ଫାଇନାଲ । ତାଭିତରେ କିଙ୍ଗ କୋହଲି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ତାଙ୍କ ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି । ଏଥିସହ ତାଙ୍କ ମଜା ନେଉଛନ୍ତି । ଫ୍ୟାନ୍ସଙ୍କୁ ମନୋରଞ୍ଜନର କରିବାକୁ ବିରାଟ କେବେ ବି ପଚାନ୍ତି ନାହିଁ । ଅନେକ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଖୁସି କରାଇଥାନ୍ତି ବିରାଟ । ହେଲେ ଆଜି ଯେଉଁ ଫଟୋ ଟି ଭାଇରାଲ ହେଉଛି ତା ଟିକେ ଭିନ୍ନ ରହିଛି । କିଛି ଭିନ୍ନ ଅନ୍ଦାଜରେ କୋହଲିଙ୍କୁ ଦେଖିବାକୁ ପାଇଛନ୍ତି ତାଙ୍କ ପ୍ରଶଂସକ । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ହେଲେ ମ୍ୟାଚ୍ ମଝିରେ କୋହଲି ଖେଳାଳିଙ୍କ ପାଇଁ ଥଣ୍ଡା ପାଣି ଏବଂ ଡିଙ୍କସ୍‌ ନେଇ ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିରାଟ ବ୍ୟଙ୍ଗାତ୍ମକ ଅନ୍ଦାଜରେ ଖେଳାଳିଙ୍କୁ ପାଣି ଦେବାକୁ ଯାଉଥିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଯେ କୋହଲି ସିରାଜଙ୍କ ସହ ଡିଙ୍କସ୍‌ ନେଇ ଫିଲ୍ଡ ମଝିକୁ ଯାଉଛନ୍ତି । ସେ ନାଚି ନାଚି ଏବଂ ଡେଇଁ ଡେଇଁ ଫିଲ୍ଡ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି । ଅତିରିକ୍ତ ଖେଳାଳି ଭାବେ ପାଣି ନେଇ ଗ୍ରାଉଣ୍ଡକୁ ସେ ବହୁତ ଥର ଆସିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ଫିଲ୍ଡରେ ଉପସ୍ଥିତ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ଫ୍ୟାନ୍ସଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାନ୍ତି । ଆଉ ବିରାଟଙ୍କଏହି ଷ୍ଟାଇଲ ଦେଖି ପ୍ରଶଂସକମାନେ ହସି ହସି ଗଡି ପଡିଥିଲେ । ଏହି ଫଟୋକୁ ପୋଷ୍ଟ କରି ଅନେକ ୟୁଜର୍ସ ବିରାଟଙ୍କୁ ବିଶ୍ୱର ସବୁଠାରୁ ମହଙ୍ଗା ୱାଟର ବୟ ବୋଲି କମେଣ୍ଟ ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *