Pratidin TV

Odisha's Digital News Platform

ଇତିହାସ ରଚିଲେ ଅଦିତି ; ପ୍ରଥମ ଭାରତୀୟ ମହିଳା ଗଲଫ୍ ଖେଳାଳି ଭାବେ ଜିତିଲେ ପଦକ …

1 min read

ନୂଆଦିଲ୍ଲୀ ; ଚୀନର ହାଙ୍ଗଝୌରେ ଚାଲିଥିବା ୧୯ ତମ ଏସୀୟ କ୍ରୀଡାରେ ବାଜି ମାରି ଚାଲିଛି ଭାରତ । ସାଉଁଟି ଚାଲିଛି ଗୋଟିଏ ପରେ ଗୋଟିଏ ପଦକ । ସେହିଭଳି ଗତକାଲି ଚାଲିଥିବା ଗଲଫ ଖେଳରେ ଇତିହାସ ରଚିଛନ୍ତି ଭାରତର ଗଲ୍ଫ ଖେଳାଳି ଅଦିତି ଅଶୋକ। ପ୍ରଥମ ଭାରତୀୟ ମହିଳା ଗଲ୍ଫ ଖେଳାଳି ଭାବେ ସେ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଗଲ୍ଫ ଖେଳାଳି ଏସୀୟ କ୍ରୀଡ଼ାରେ ପଦକ ଜିତି ନଥିଲେ।

ତେବେ ଗତକାଲି ଗଲଫର ମହିଳା ଏକକ ବର୍ଗରେ ଅଦିତି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଥାଇଲ୍ୟାଣ୍ଡର ଅର୍ପିଚୟ ୟୁବୋଲ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଦକ୍ଷିଣ କୋରିଆର ହିୟୁଞ୍ଜୋ ୟୋ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisement

ଏସୀୟ କ୍ରୀଡ଼ା ଇତିହାସରେ ଭାରତ ବର୍ତ୍ତମାନ ସୁଦ୍ଧା ଗଲ୍ଫରେ ୭ଟି ପଦକ ଜିତିଛି। ତା’ ମଧ୍ୟରେ ରହିଛି ୩ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ। ସେହିଭଳି ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୧ରେ ପହଞ୍ଚି ଯାଇଛି। ତା’ ମଧ୍ୟରେ ୧୧ଟି ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ ସହିତ ୧୪ଟି ବ୍ରୋଞ୍ଚ ପଦକ ରହିଛି।

Leave a Reply

Your email address will not be published. Required fields are marked *