Pratidin TV

Odisha's Digital News Platform

ଏସିଆ ଗେମ୍ସ ୨୦୨୩ ; ବର୍ଷା ବାଧକ ସତ୍ତ୍ୱେ ଚାମ୍ପିୟନ ଭାରତ ହାତେଇଲା ସ୍ୱର୍ଣ୍ଣ

1 min read

ନୂଆଦିଲ୍ଲୀ ; ଏସିଆ ଗେମ୍ସ ୨୦୨୩ ରେ କମାଲ ଦେଖାଇଛି ଭାରତ । ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସିଆ ଗେମ୍ସର ଚତୁର୍ଦଶ ଦିବସରେ ଭାରତର ପଦକ ବର୍ଷା।ଗୋଟେ ପରେ ଗୋଟେ ହାତେଇ ଚାଲିଛି ପଦକ । ଶେଷ ଦିନରେ କମାଲ ଦେଖାଇଛି କ୍ରିକେଟ୍ ଟିମ୍ ।

ପ୍ରଥମ ଥର ଏସିଆ ଗେମ୍ସରେ କ୍ରିକେଟରେ ଭାରତ ହାତେଇଛି ସ୍ୱର୍ଣ୍ଣ ପଦକ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏହା ସତ୍ତ୍ୱେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି।

Advertisement

ଚଳିତ ସଂସ୍କରଣରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି ଭାରତୀୟ ପ୍ରତିଯୋଗୀ। ପ୍ରଥମ କରି ଦେଶର ପଦକ ସଂଖ୍ୟା ୧୦୦ ପାର୍ କରିଛି। ଆଜି ଆଉ ୩ ଟି ପଦକ ହାସଲ ପରେ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୧୦୩ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *