Pratidin TV

Odisha's Digital News Platform

ଏସୀୟା କ୍ରୀଡାରେ ଦମ୍ ଦେଖାଇଲେ ଭାରତ ମହିଳା କ୍ରିକେଟର ; ୮ ୱିକେଟ୍‌ରେ ହରାଇଲା ବାଂଲାଦେଶକୁ ..

1 min read

ନୂଆଦିଲ୍ଲୀ ; ଚୀନର ହଙ୍ଗଝୌରେ ୧୯ ତମ ଏସୀୟ କ୍ରୀଡା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଭାରତ ମହିଳା କ୍ରିକେଟ୍ ଦଳ ବାଂଲାଦେଶକୁ ଆଠ ୱିକେଟ୍ ହରାଇ ଏସିଆନ୍ ଗେମ୍ସ ୨୦୨୩ ର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛି।

ଗତକାଲି ଭାରତ ମହିଳା କ୍ରିକେଟ୍ ଓ ବାଂଲାଦେଶ ଦଳ ମଧ୍ୟରେ ସେମିଫାଇନାଲ ଲଢେଇ ହୋଇଥିଲା । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟଟିଂ କରିଥିଲା । ହେଲେ ଟିମ୍ ଇଣ୍ଡିଆର ଘାତକ ବୋଲିଂ ସାମ୍ନାରେ ବେଶି ସମୟ ତିଷ୍ଠି ପାରିନଥିଲା । ତେବେ ପୂଜା ଭାଷ୍ଟ୍ରକରଙ୍କ ନେତୃତ୍ୱରେ ହୋଇଥିବା ଭୟଙ୍କର ବୋଲିଂ ଆକ୍ରମଣକୁ ସେମାନେ ସହ୍ୟ କରିପାରିନଥିଲେ । ଏକାକି ୪ ୱିକେଟ ନେଇଯାଇଥିଲେ ପୂଜା । ଫଳରେ ବାଂଲାଦେଶ ମାତ୍ର ୫୧ ରନ୍ ସଂଗ୍ରହ କରି ଭାରତକୁ ୫୨ ରନ୍‌ର ର୍ଟାଗେଟ୍ ଦେଇଥିଲା । ଜବାବରେ ଭାରତ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଫାଇନାଲରେ ପହଂଚିବା ସହ ଭାରତୀୟ ମହିଳା କ୍ର୍ରିକେଟ ଟିମ୍ ଅତିକମ୍ରେ ରୌପ୍ୟ ପଦକ ପକ୍କା କରିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ । ବିଜୟ ଦଳ ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ।

Advertisement

ତେବେ ପୁଣି ଥରେ ନିଜକୁ ପ୍ରମାଣିତ କରିଦେଖାଇଛନ୍ତି ଇଣ୍ଡିଆ ମହିଳା କ୍ରିକେଟ୍ ଟିମ୍ । ଅନ୍ତର୍ଜାତୀୟ ସ୍ତରରେ ମହିଳା ଦିନିକିଆ ମ୍ୟାଚ୍‌ରେ ୧୬୪ ଭିକ୍ଟୋରିଜ୍ ସହ ଟି୨୦ ଫର୍ମାଟ୍ ରେ ୮୧ଟି ବିଜୟ ହାସଲ କରିଛି ମହିଳା ଜ୍ରିକେଟ୍ ଟିମ୍ । ସାରା ଭାରତ ସହ ବିଶ୍ୱରେ ନିଜକୁ ପ୍ରାମଣିତ କରି ଦେଖାଇଛନ୍ତି ଭାରତ ମହିଳା କ୍ରିକେଟର । ନିଜର ଅକ୍ଳାନ୍ତ ପରିଶ୍ରମ ଓ ଚେଷ୍ଟା ବଳରେ ଆଜି ଭାରତ ପାଇଁ ଏସୀୟ ଗେମ୍ସରେ ଗର୍ବସ ।ଉଁଟିଛନ୍ତି ମହିଳା କ୍ରିକେଟର ।

Leave a Reply

Your email address will not be published. Required fields are marked *