Pratidin TV

Odisha's Digital News Platform

୭୨ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ ; ଏସିଆ ଗେମ୍ସରେ ହାତେଇଲା ୧୦୦ ପଦକ …

1 min read

ନୂଆଦିଲ୍ଲୀ ; ଶନିବାର ଏସିଆନ୍ ଗେମ୍ସ ୨୦୨୩ ରେ ଭାରତ ଏକ ଶତାବ୍ଦୀ ପଦକ ଜିତି ଇତିହାସରେ ନାମ ଲିପିବଦ୍ଧ କରିଛି । ଭାରତୀୟ ମହିଳା କବାଡି ଦଳ ଫାଇନାଲରେ ଅତି ନିକଟ ମ୍ୟାଚରେ ଚାଇନାର ତାଇପେଇକୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିବା ପରେ ଭାରତ ୧୦୦ ତମ ପଦକ ଜିତିଛି। ଏହି ସ୍ୱର୍ଣ୍ଣ ସହିତ ଭାରତରେ ବର୍ତ୍ତମାନ ୨୫ ଟି ସ୍ୱର୍ଣ୍ଣ ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ପଦକ ଅଛି ।

ମହିଳା କବାଡି ଦଳ ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଚାଇନାର ତାଇପେଇକୁ ୨୬-୨୪ ରେ ପରାସ୍ତ କରି ଭାରତର ୧୦୦ ତମ ପଦକ ଜିତିଛି । ଭାରତୀୟ ମହିଳା ଦଳର ଅର୍ଦ୍ଧ ସମୟ ପର୍ଯ୍ୟନ୍ତ ୧୪-୯ ଅଗ୍ରଣୀ ରହିଥିଲା, କିନ୍ତୁ ଏହି ଚାଇନା ତାଇପେଇ ପରେ ମଧ୍ୟ ଦୃତ ପ୍ରତ୍ୟାବର୍ତ୍ତନ କରିଥିଲା, କିନ୍ତୁ ଶେଷରେ ଭାରତ ଏହି ମ୍ୟାଚ ଜିତିଥିଲା। ଏହା ହେଉଛି ଭାରତର ୨୫ ତମ ସୁନା । ଏହା ସହିତ ଆଜି ମଧ୍ୟ ଭାରତ ଅନେକ ପଦକ ପାଇଁ ଆଶାବାଦୀ । ଏଥର ଭାରତର ପଦକ ସଂଖ୍ୟା ୧୧୦ ଅତିକ୍ରମ କରିପାରେ ବୋଲି ଆଶା ରହିଛି ।

Advertisement

ତେବେ ଏହି ଏସିଆନ ଗେମ୍ସ ୧୯୫୧ରୁ ଆରମ୍ଭ ହୋଇଥିଲା । ଏହା ପ୍ରତି ୪ ବର୍ଷରେ ଥରେ ଖେଳା ଯାଉଛି। କିନ୍ତୁ ଏସିଆ ଗେମ୍ସର ୭୨ ବର୍ଷ ଇତିହାସ ମଧ୍ୟରେ ଭାରତୀୟ ଆଥଲେଟିକ୍ସମାନେ ଯାହା କରି ପାରି ନଥିଲେ, ଏଥର ତାକୁ କରି ଦେଖାଇଛନ୍ତି ଟିମ୍ । ପ୍ରଥମଥର ପାଇଁ ଏସିଆର ଏହି ବଡ଼ ମହାକୁମ୍ଭରେ ଭାରତୀୟ ଖେଳିଳାମାନେ ଦେଶ ପାଇଁ ୧୦୦ ପଦକ ନିଶ୍ଚିତ କରିଛନ୍ତି। ଏସିଆନ ଗେମ୍ସର ଇତିହାସରେ ପ୍ରଥମଥର ପାଇଁ ଭାରତର ପଦକ ସଂଖ୍ୟା ୩ ଅଙ୍କ ଛୁଇଁଯାଇଛି। ଦେଶର ଖେଳାଳିମାନେ ଆଜି ସୁଦ୍ଧା ୯୫ଟି ପଦକ ଜିତି ସାରିଥିବା ବେଳେ ଆସନ୍ତାକାଲି ଖେଳାଯିବାକୁ ଥିବା ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଆଉ ୭ଟି ପଦକ ନିଶ୍ଚିତ କରିଛନ୍ତି। ଏହାର ଅର୍ଥ ଭାରତ ଚଳିତ ବର୍ଷ ଏସିଆନ ଗେମ୍ସରେ ଅତି କମରେ ୧୦୨ଟି ପଦକ ଜିତିବାକୁ ଯାଉଛି। ଏହି ସଂଖ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *