Pratidin TV

Odisha's Digital News Platform

ଏସିଆନ ଗେମ୍ସ ପ୍ରଥମ ଦିନରେ କମାଲ କଲା ଭାରତ, ହାତେଇଲା ୫ଟି ପଦକ…

1 min read

ହଙ୍ଗୋଜ: ଏସିଆନ ଗେମ୍ସରେ କମାଲ କଲା ଭାରତ । ଉଭୟ ପୁରୁଷ ଓ ମହିଳା ଦଳ ମିଶି ୫ଟି ପଦକ ହାତେଇ ଭାରକୁ ଆଣିଲେ ସୁନାମ । ରୋଇଂରେ ପୁରୁଷ ଦଳ ଦୁଇଟି ରୋପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଥିବା ବେଳେ ସେହିପରି ସୁଟିଂରେ ମହିଳା ଦଳ ଗୋଟିଏ ରୋପ୍ୟ ଏବଂ ଆଉ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ସହ ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୈାପ୍ୟ ପଦକ ହାସଲ କରିଛି ଭାରତ । ଏଥିରେ ମହିଳା ଦଳର ରମିତା, ମେହୁଲି ଘୋଷ ଏବଂ ଆଶି ଚକ୍ସେ ଚତ୍ମକାର ପ୍ରଦର୍ଶନ ଏହି ରୈାପ୍ୟ ପଦକ ଜିତି ଦେଶକୁ ସୁନାମ ଆଣିଛନ୍ତି । ସେହିପରି ରମିତା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାଗନେଇ ଭଲ ପ୍ରଦର୍ଶନ କରିବା ସହ ଏକ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଅନ୍ୟପଟେ ମହିଳା ୧୦ ମିଟର ଏୟାର ରାଫଲରେ ଭାରତ ୧୮୮୮ ସ୍କୋର କରିଥିଲା । ଯଥାକ୍ରମେ ରମିତା ୬୩୧.୯ ସ୍କୋର କରିଥିଲେ । ସେହିପରି ମେହୁଲି ଘୋଷ ୬୩୦.୮ ଏବଂ ଆଶି ଚକ୍ସେ ୬୨୩.୩ ସ୍କୋର କରିଥିଲେ । ମେହୁଲି ଏବଂ ରମିତା ଏହି ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୨ୟ ଏବଂ ୫ମ ସ୍ଥାନ ହାସଲ କରିଥିବା ବେଳେ ସେହିପରି ଆଶି ଚକ୍ସେ ୨୯ ତମ ସ୍ଥାନରେ ରହିଛନ୍ତି । ତେବେ ଏସିଆନ ଗେମ୍ସରେ ଭାରତୀୟ ମହିଳା ମାନଙ୍କର ବିଜୟଲାଭକୁ ନେଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *