Pratidin TV

Odisha's Digital News Platform

ବାକି ମାଗିବାରୁ ହେଲା ତୁମୁଳ କାଣ୍ଡ ଚାଲିଗଲା ଦୋକାନୀଙ୍କ ଜୀବନ

ଦୋକାନରୁ ସଉଦା ନେଲେ ଦୋକାନୀ ଟଙ୍କା ମାଗିବାରୁ ଜୀବନ ନେଲେ ଗ୍ରାହକ | ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳା ଚରମ୍ପା ଅଞ୍ଚଳରେ | ସୂଚନା ଅନୁଯାୟୀ ବଣିଆ ଅଞ୍ଚଳର ବିଜୟ କୁମାର ପଣ୍ଡା ନାମକ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଚରମ୍ପା ପଥରଆଡି ନିକଟରେ ଏକ ଗ୍ରୋସରୀ ଦୋକାନ କରିଥିଲେ | ଆଜି ସକାଳୁ ସେହି ଅଞ୍ଚଳର ପିଣ୍ଟୁ ପରିଡା ନାମକ ଜଣେ ବ୍ୟକ୍ତି ବିଜୟ ପଣ୍ଡାଙ୍କ ଦୋକାନରୁ ସଉଦା ନେଇଥିଲେ | କିନ୍ତୁ ସଉଦା ବାବଦକୁ ଟଙ୍କା ମାଗିବାରୁ ଫୋନ ପେ ରେ ୧40 ଟଙ୍କା ଦେଇ ପଳାଇ ଯିବା ସମୟରେ ବାକି ଅବଶିଷ୍ଟ ଟଙ୍କା ଦେବା ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା | ଏହି ଯୁକ୍ତି ହେବା ସମୟରେ ପିଣ୍ଟୁ ପରିଡା ନାମକ ଯୁବକ ବିଜୟଙ୍କୁ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ମେଡିକାଲକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ। ତେବେ ଏନେଇ ତାଙ୍କ ପୁତୁରା ନଳିନୀ ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି। ତେବେ ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି।

Leave a Reply

Your email address will not be published. Required fields are marked *