ପ୍ରକାଶ ପାଇଲା ASO ପରୀକ୍ଷାର ନୂଆ ତାରିଖ
1 min readଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ଯୋଗୁ ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଏନେଇ ରାଜ୍ୟବାସି ନାହିଁ ନଥିବା ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ।ବନ୍ୟାପାଣି ଘରେ ପସିବା ଦ୍ୱାରା , ଲୋକେ ଘର ଛାଡି ବିଭିନ୍ନ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି । ତେବେ ଏପରି ପରିସ୍ଥିତିକୁ ସାମ୍ନାରେ ରଖି ଓପିଏସସି (ଓଡିଶା ଲୋକ ସେବା ଆୟୋଗ )ପକ୍ଷରୁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASOର ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।
ଏନେଇ ଆଜି ପୁଣି ଅପରାହ୍ନ ସମୟରେ ଏକ ନୂଆ ଅପଡେଟ୍ ଆସିଛି । ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ କରାଯିବ ବୋଲି ସୁଚନା ଦେଇଛି ଓପିଏସସି ।