ଯଦି ପତି କିମ୍ବା ପତ୍ନୀ ଜୀବିତ ଥାଆନ୍ତି,ତେବେ ଅନୁମତି ବିନା ଦ୍ୱିତୀୟ ବିବାହ କରିପାରିବେନି ସରକାରୀ ଚାକିରୀଆ…
1 min readପ୍ରଥମ ପତୀ କିମ୍ବା ପତ୍ନୀ ଥାଇ ଦ୍ୱତୀୟ ବିବାହ କରିପାରିବେନି ସରକାରୀ ଚାକିରିଆ । ବିବାହ କରିବାକୁ ହେଲେ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି । ଜୀବନ ସାଥୀ ଜୀବିତ ଥାଇ ଅନ୍ୟକାହାକୁ ବିବାହ କରିବା ଉପରେ ରୋକ ଲଗାଇବା ସହ ଦ୍ୱିତୀୟ ବିବାହ କରିବାକୁ ନେଇ ଦଣ୍ଡ ବିଧାନ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ଅନୁମତି ନେବାକୁ ପଡିବ । କାରଣ ଅନେକ ମାମଲାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପେନସନ ଟଙ୍କା ନେବା ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଘୋଷଣା କରିଛନ୍ତି । ଆସାମ ସରକାର ୫୮ ବର୍ଷ ପୂର୍ବେ ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ କର୍ମଚାରୀଙ୍କ ଦ୍ୱାରା ଦ୍ୱିତୀୟ ବିବାହକୁ ବାରଣ କରିଥିଲେ । ଗତ ୨୬ ଅକ୍ଟୋବର ଗୁରୁବାର ଦିନ ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ ହୋଇଛି । କୁହାଯାଇଛି ଯେ ସରକାରୀ କର୍ମଚାରୀ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇପାରେ । ଯଦି ନିୟମ ଉଲ୍ଲଂଘନ କରାଯାଏ, ତେବେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ । ନିୟମ ଉଲ୍ଲଂଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଜୋରିମାନା ଲାଗୁ କରାଯିବ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସରର ମଧ୍ୟ ସାମ୍ନା କରିବାକୁ ପଡିପାରେ ।