Pratidin TV

Odisha's Digital News Platform

ବିବାହ ପ୍ରସ୍ତାବକୁ ନାଁ କଲା ପ୍ରେମିକା , ଫେସବୁକ୍‌ରେ ଲାଇଭ୍ ଆସି ଜୀବନ ହାରିଲା ପ୍ରେମିକ…

ଗୌହାଟି : କୁହନ୍ତି ପ୍ରେମ ଅନ୍ଧ ହଁ ବୋଧ ହୁଏ ଆଜିକାଲି ଯୁବପିଢିମାନେ ପ୍ରେମରେ ପଢି ଅନ୍ଧ ହୋଇଯାଉଛନ୍ତି । ନିଜର ଇଛା ପୂରଣ ନହେଲେ ଛୋଟ ଛୋଟ କଥାରେ ହାରି ବସୁଛନ୍ତି ଜୀବନ । କିନ୍ତୁ କଣ ସେମାନେ ମରିବା ପୂର୍ବରୁ ନିଜ ପଛରେ ଛାଡିଯାଉଥିବା ଲୋକମାନଙ୍କ କଥା ଭାବନ୍ତି ? ପ୍ରକୃତରେ ଆଜିକାଲି ଯୁବପିଢି ହୋଇପଡିଚି ଅତ୍ୟନ୍ତ ଦୁର୍ବଳ । ନାହିଁ ତାପାଖେ ସହନ ଶକ୍ତି । ନିଜ ୨,୪ ବର୍ଷର ପ୍ରେମ ପାଇଁ ଜୀବନ ହାରିବା ପୂର୍ବରୁ ଥରୁଟିଏବି ଭାବୁନାହିଁ ନିଜ ପରିବାର ବିଷୟରେ । ଯିଏ ତା ସହ ଜନ୍ମରୁ ଅଛି ପାଳିଛି ପୋସିଛି ବଡ କରିଛି ଥରୁଟିଏବି ଚିନ୍ତା କରୁନି ତାକଥା । ନିକଟରେ ଏକ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣମାନଙ୍କୁ ଚକିତ କରିଦେବ ।

ବର୍ତ୍ତମାନ ଜଣେ ୨୭ ବର୍ଷର ଯୁବକ ଫେସବୁକରେ ଲାଇଭ୍ ଆସି ଆତ୍ମହତ୍ୟା କରୁଥିବାର ଦୃଶ୍ୟ ଖୁବ୍ ଜୋରରେ ଭାଇରାଲ ହେଉଛି । ପ୍ରେମରେ ଧୋକା ଖାଇଥିବା କହି ନିଜ ଜୀବନ ଦେଉଛି ବୋଲି କହିଛି ଯୁବକ । ବିବାହ ପାଇଂ ପ୍ରେମିକାରେ ଘରେ ରାଜି ନହେବାରୁ ଏଭଳି ପଦକ୍ଷେପ ନେଇଛି ସପୃକ୍ତ ଯୁବକ । ପରିବାର ଚାପରେ ଆସି ତା ପ୍ରେମିକା ତାକୁ ଧୋଖା ଦେଇଛି ବୋଲି କାନ୍ଦି କାନ୍ଦି କହିଛି । ତେବେ ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୌହାଟିର ଜୟଦୀପ ରୟ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ସେ ଆତ୍ମହତ୍ୟା କରିଛନ୍ତି। ଜୟଦୀପ ବୃତ୍ତିରେ ଜଣେ ମେଡିକାଲ ସେଲସ୍ ପ୍ରଫେସନାଲସ। ସେ ସିଲଚରରେ ଥିବା ତାଙ୍କ ଭଡା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କାରିଛନ୍ତି। ଫେସ୍ବୁକରେ ଲାଇଭରେ ଜୟଦୀପ କହିଛନ୍ତି ଯେ, ସେ ବିବାହ ପ୍ରସ୍ତାବ ନେଇ ତାଙ୍କ ପ୍ରେମିକା ପରିବାରକୁ ଯାଇଥିଲେ। କିନ୍ତୁ ସମସ୍ତଙ୍କ ସାମ୍ନାରେ ତାଙ୍କ ପ୍ରେମିକା ମନା କରିଦେଇଥିଲେ। ଏହା ପରେ ପ୍ରେମିକାଙ୍କ ମାମୁଁ ଆସି ସେ ଯୁବତୀଙ୍କୁ ମାରି ଦେବାକୁ ଧମକ ଦେଇଥିଲେ।


ଏ ସମ୍ପର୍କ ତୁଟାଇବାକୁ ସେ ମୋତେ ଚେତାବନୀ ଦେଇଥିବା ଜୟଦୀପ ଲାଇଭ ଭିଡିଓରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ଦୁହେଁ ଦୀର୍ଘ ଦିନ ହେବ ସମ୍ପର୍କରେ ଥିଲୁ। ପରସ୍ପରକୁ ବେଶୀ ଭଲପାଉଥିଲୁ। ତେଣୁ ମୁଁ ଦୁନିଆ ଛାଡ଼ି ଯିବାକୁ ନିଷ୍ପତ୍ତି ନେଇଥିଲି। ମୋ ପାଇଁ ମୋ ପ୍ରେମିକା ଯେମିତି କଷ୍ଟ ନପାଉ ସେଥିପାଇଁ ସବୁ ଦିନ ଚାଲିଯିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ମୁଁ ମୋ ମା, ମାମୁଁ , ଭଉଣୀ ଭାଇଙ୍କୁ କ୍ଷମା ମାଗୁଛି। ସେ ଆହୁରି କରିଛନ୍ତି ଯେ , ମୁଁ ତୁମ ସମସ୍ତଙ୍କୁ ଭଲ ପାଏ। କିନ୍ତୁ ମୁଁ ତାକୁ ଅôଦକ ଭଲପାଏ । ତା ବିନା ବଞ୍ଚିପାରିବିନି । ମୁଁ ସବୁଦିନ ପାଇଁ ଦୁନିଆ ଛାଡି ଯାଉଛି ।


ଏନେଇ ଜୟଦୀପଙ୍କ ବଡଭାଇ ରୁପମ୍ କହିଛନ୍ତି ଯେ ମୋ ମୁଣ୍ଡ କାମ କରୁନି ।ମୋ ଭାଇ ଏମିତି ପଦକ୍ଷେପ ନେବ ବୋଲି ଆମେ ଭାବିପାରୁନାହୁଁ । ଆମର ବିଶ୍ୱାସ ହେଉନାହିଁ । ମୋ ଭାଇ ଗୋଟେ ବୁଝିଲା ସୁଝିଲା ମଣିଷ । ଆମ ମାନଙ୍କର ଖୁବ୍ ଜତ୍ନ ନିଏ । ସେ ଏମିତି କରିବାକୁ ତା ପ୍ରେମିକାର ପରିବାର ପ୍ରବତ୍ତାଇଛନ୍ତି । ମୋ ଭାଇତ ଭଲ ଚାକିରି କରିଥିଲା । ଭଲ ଦରମା ମଧ୍ୟ ପାଉଥିଲା । ଦୁହେଁ ଦୁହିଁଙ୍କୁ ଭଲ ମଧ୍ୟ ପାଉଥିଲେ କିନ୍ତୁ ଅସୁବିଧା କେଉଁଠି ହେଲା ? ଆମେ ଏଯାଏ କିଛି ଭାବିପାରୁନୁ କଣ କରିବୁ । ସେଥିପାଇଁ ତାଙ୍କ ନାଁରେ ବର୍ତ୍ତମାନ ଯାଏ ଏତଲା ଦେଇନାହୁାଁ

Leave a Reply

Your email address will not be published. Required fields are marked *