ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଉବୁଟୁବୁ ଆସାମ….୩୮ ମୃତ, ୬.୭୧ ଲକ୍ଷ ଲୋକ ପ୍ରଭାବିତ
1 min readଆସାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମି ଜଳମଗ୍ନ ହେବା ସହ ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି।
ବନ୍ୟାରେ ଉବୁଟୁବୁ ଆସାମ | ପ୍ରବଳ ବର୍ଷା ଯୋଗୁଁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି | ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି। ପ୍ରବଳ ବର୍ଷା ହେତୁ ଉତ୍ତର-ପୂର୍ବର ନଦୀଗୁଡ଼ିକରେ ପାଣିସ୍ତର ବିପଦ ସଙ୍କେତ ଡେଇଁଛି। ଯେଉଁଥିପାଇଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଖରାପ ଅବସ୍ଥା ଆସାମର ଅଛି। ଯେଉଁଠାରେ ବନ୍ୟା ସବୁଠୁ ଅଧିକ ବିପଦ ସୃଷ୍ଟି କରିଛି।
ମଙ୍ଗଳବାର ଭାରତୀୟ ବାୟୁସେନା ଗୁରୁତର ଭାବରେ ପ୍ରଭାବିତ ଦିବ୍ରୁଗଡ ଜିଲାରେ ବନ୍ୟା ଘେରରେ ଫସି ରହିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୧୩ଟି ବୃହତ ନଦୀରେ ଜଳସ୍ତର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟରେ ଆସାମ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫ୍, ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ବାୟୁସେନାକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲାଗୁଡିକରେ ୭୨ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଥିରେ ପ୍ରାୟ ୮୧୪୨ ଜଣ ଆଶ୍ରୟ ନେଇଛନ୍ତି ।