Pratidin TV

Odisha's Digital News Platform

ନିର୍ବାଚନ ଜିତିବା ପରେ ନିଜ ପଦରୁ ଇସ୍ତଫା ଦେଲେ ବିଜେପିର୧୦ ସାଂସଦ, ଜାଣନ୍ତୁ କିଏ ସେମାନେ ?

1 min read

ଦେଶର ସରିଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଏଥିସହ ଫଳାଫଳ ଫଳାଫଳ ମଧ୍ୟ ଆସି ସାରିଛି । କେଉଁ ଠି ବିଜେପି ବାଜି ମାରିଛ କେଉଁଠି କଂଗ୍ରେସ ପୁଣି କେଉଁ ଅନ୍ୟାନ୍ୟ ମଧ୍ୟ ରହିଛନ୍ତି । ତେବେ ୩ରାଜ୍ୟରେ ଫୁଟିଛି ପଦ୍ମ ଫୁଲ । ଯାହା ପରେ ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛି ବିଜେପି । ଯେଉଁ ସାଂସଦମାନେ ନିର୍ବାଚନ ଜିତିଛନ୍ତି, ସେମାନେ ସଂସଦର ସଦସ୍ୟ ପଦରୁ ନିଜର ଇସ୍ତଫା ଦେଇଛନ୍ତି । ୧୦ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ନିଜ ନିଜ ନୂଆ ପଦ ମିଳିବ କିଏ ବିଧାୟକ ହେବ ତ କିଏ ମୁଖ୍ୟମନ୍ତ୍ରୀ । ଏନେଇ କୌଣସି ଘୋଷଣା ହୋଇ ନଥିବା ବେଳେ ଇସ୍ତଫା ଦେଇଥିବା ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ମଧ୍ୟ ପ୍ରଦେଶରୁ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ ଓ ରୀତି ପାଠକ, ଛତିଶଗଡ଼ରୁ ଅରୁଣ ସାଓ ଓ ଗୋମତୀ ସାଇ ଏବଂ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଦିୟା କୁମାରୀ ଓ କିରୋଡି ଲାଲ ମୀନା । ଏହାଛଡା ୪ଟି ରାଜ୍ୟ ତଥା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୧ ଜଣ ସାଂସଦଙ୍କୁ ବିଧାୟକ ଟିକେଟ୍ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ନିର୍ବାଚନ ଜିତିଥିବା ବେଳେ ୯ ଜଣ ସାଂସଦ ପଦ ହାରିଛନ୍ତି । ବର୍ତ୍ତମାନ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସଂସଦର ସମସ୍ତ ସଦସ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କୁ ଛାଡିଦେଲେ ଆଉ ଦୁଇ ସାଂସଦ ବାବା ବାଳକନାଥ ଓ ରେଣୁକା ସିଂ ନିଜର ଇସ୍ତଫା ଦେଇନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *