Pratidin TV

Odisha's Digital News Platform

ଆରମ୍ଭରୁ ବିଧାନସଭାରେ ତାତି , ବିରୋଧୀଙ୍କ ହଟ୍ଟଗୋଳ ଗୃହ ମୁଲତବୀ ..

1 min read

ଚାଲିପାରୁନି ବିଧାନସଭା ।ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଛି । ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା କରିଛନ୍ତି। ଫଳରେ ପ୍ରଥମେ ବାଚସ୍ପତି ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ରଖିଥିଲେ ।

ଆଉ ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ରାତି ୮ଟା ୩୦ରେ ଏହି ବୈଠକ ବସିବ । ମୋହନ ସରକାରଙ୍କ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ । ଆସନ୍ତାକାଲି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ତେବେ ଆଜି ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।

Leave a Reply

Your email address will not be published. Required fields are marked *