Pratidin TV

Odisha's Digital News Platform

ବିଧାନ ସଭାରେ ଅଜବ ଦୃଶ୍ୟ , ତକିଆ ଚାଦର ନେଇ ଶୋଇଲେ ବିଧାୟକ ..

ବିଧାନସଭାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ ବିଧାନସଭା ଭିତରେ ବିଧାୟକ ମାନେ  ତକିଆ ଏବଂ ବେଡସିଟ ସହିତ ଘର ଭିତରେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି ।  ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକ ଶୋଇବା ପରେ ଉଠିବା ସହ ଜିନିଷପତ୍ର ବାହାରକୁ ନେଇଥିବାର ଦେଖାଯାଇଥିଲା। ଯାହାର  ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ,କର୍ଣ୍ଣାଟକ  ମହୀଶୁର ନଗର ଉନ୍ନୟନ ପ୍ରାଧିକରଣରେ ନକଲି ଜମି ଆବଣ୍ଟନ ଉପରେ ବିଜେପି ଆଲୋଚନା କରିବାକୁ ଦାବି କରିଥିଲା।

ତେବେ ଯେତେବେଳେ ବିରୋଧୀ ଏଥିପାଇଁ ଅନୁମତି ପାଇ ନ ଥିଲେ ବିଧାୟକମାନେ ବିଧାନସଭା ଏବଂ ବିଧାନ ପରିଷଦ ଭିତରେ ଦିନରାତି ଧର୍ମଘଟ ଘୋଷଣା କରିଥିଲେ। ଭାଜପା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମହୀଶୁର ନଗର ଉନ୍ନୟନ ପ୍ରାଧିକରଣରେ ଏକ ଜମି ଆବଣ୍ଟିତ କରାଯାଇଛି। ଦଳ ବିଧାନସଭାରେ ଏହି ବିଷୟରେ ଆଲୋଚନା କରିବାକୁ ଦାବି କରିଛି। ଶୁକ୍ରବାର ଦିନ ବିଧାନସଭା ଅଧିବେଶନ ଶେଷ ହେବାର ସ୍ଥିର ହୋଇଥିଲେ ମଧ୍ୟ ବିରୋଧୀଙ୍କୁ ଉଭୟ ଗୃହରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *