Pratidin TV

Odisha's Digital News Platform

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି..

1 min read

ବିରୋଧୀଙ୍କ ହୋହାଲ୍ଲା ରେ ଚାଲିପାରୁନି ଅଧିବେଶନ  । ଯେଉଁଥିପାଇଁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ, ୪ଟା ଯାଏଁ ମୁଲତବି ରଖାଯାଇଛି  । କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ପରେ ମୁଲତବି । ପ୍ରଥମେ  ୧୧ଟା ୪୧ ଯାଏଁ ଗୃହ ମୁଲତବୀ ହୋଇଥିଲା । ବିଧାନସଭା ଆରମ୍ଭରୁ ଏପରି ଚିତ୍ର ଦେଖିବାକୁ ମିଳିଛି। ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯଶୀପୁର ପୂର୍ବତନ ବିଧାୟକ ସୁନ୍ଦରମୋହନ ମାଝୀଙ୍କ ଦେହାନ୍ତରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।

ପ୍ରସ୍ତାବକୁ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମର୍ଥନ କରିଥିଲେ  । ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ନୀରବ ପ୍ରାର୍ଥନା ହୋଇଥିଲା । ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବାବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା। ତେଣୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ପୁଣି ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ବାଭାବିକ ହେବାରେ ସହଯୋଗ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ଅଛି।

Advertisement

Leave a Reply

Your email address will not be published. Required fields are marked *