Pratidin TV

Odisha's Digital News Platform

ଜୁଲାଇ ୨୯ରୁ ମୌସୁମୀ ଅଧିବେଶନ: ଦୈନିକ ୬ ଘଣ୍ଟା ରହିବ କାର୍ଯ୍ୟକାଳ

1 min read

ଭୁବନେଶ୍ୱର:  ଏଥର  ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ୟୟରେ ଚାଲିବ ଗୃହକାର୍ଯ୍ୟ । ପ୍ରଥମ ପର୍ଯ୍ୟ।ୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅପରାହ୍ନ ୪ ଟାରୁ ୬ ଟା ପରିବର୍ତ୍ତେ ୭ଟା ପର୍ୟ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ୟ୍ୟନ୍ତ ମୋଟ ୨୪ଟି କାର୍ଯ୍ୟଦିବସରେ ଚାଲିବ ବିଧାନସଭା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ ।

ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । 

Advertisement

ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ୟ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏଥର କରୋନା କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ ସଚେତକ କହିଛନ୍ତି ବର୍ତ୍ତମାନ କୋଭିଡ ବଢ଼ୁଥିବାରୁ ରିସ୍କ ନେଇ ହେବନି । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । କୋଭିଡ କଟକଣା ଭିତରେ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *