Pratidin TV

Odisha's Digital News Platform

ଦିବ୍ୟାଙ୍ଗ ଯୁବତୀକୁ ନ୍ୟାୟ ଦେବାକୁ  ଆଗକୁ ଆସିଲା ଦିବ୍ୟାଙ୍ଗ ସଂଘ…

ନୂଆ ମୋଡ଼ ନେଇଛି ସିମୁଳିଆ ଥାନା ଅଞ୍ଚଳରେ ଘଟିଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋ ମିତ୍ରର କୁକର୍ମ ଏବଂ ପରେ ଜୀବନ ହାରିବା ଘଟଣା ।  ରାଜ୍ୟ ଦିବ୍ୟାଙ୍ଗ ସଂଘ ଥାନାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ବାଙ୍ଗରଖଡ଼ିଗଡିଆ ପଞ୍ଚାୟତର ମୁକ ଯୁବତୀଙ୍କ ପରିବାରରେ କେହି ନ ଥିବାର ସୁଯୋଗ ନେଇ ଜୈନିକ ଗୋମିତ୍ର ସଞ୍ଜୟ ସାହୁ ବିବାହର ପ୍ରତିଶ୍ରୁତି ଦେଇ ବଳ ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ଜାରେ ୨ତାରିଖ ରାତିରେ ବିଷ ପିଇ ଜୀବନ ହାରିଥିଲେ  ।

ଏ ସମ୍ପର୍କରେ ଯୁବତୀଙ୍କ ବାପା ସିମୁଳିଆ ଥାନାରେ ଗତ ଚାରି ତାରିଖରେ ଅଭିଯୋଗ କରିଥିଲେ ହେଁ ପୁଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ । ପରେ ୬ ତାରିଖ ଦିନ ଝିଅର ବାପା ଅଭିଯୋଗ ଭିତ୍ତିହୀନ ଦର୍ଶାଇ ଥାନାରୁ ଅଭିଯୋଗ ଉଠାଇ ଆଣିଥିଲେ । ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।   ଆଜି ଅଲ ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘର ରାଜ୍ୟ ସଭାପତି ନାରାୟଣ ରାଉତ ଓ ସାଧାରଣ ସମ୍ପାଦିକା ଝୁନୁଲତା ଦାସ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ସମସ୍ତ ଖବର ଶୁଣିବା ପରେ ଧମକ ଦେଇ ଅଭିଯୋଗ ଉଠାଇବା ପାଇଁ ବାଧ୍ୟ କରାଯାଇଥିବା ଜଣାପଡିଥିଲା । ଆଜି ପୀଡିତାଙ୍କ ପରିବାର ସିମୁଳିଆ ଥାନାରେ ପୁନର୍ବାର ଅଭିଯୋଗ କରିବା ସହ ସଂଘ ପକ୍ଷରୁ ମଧ୍ୟ ଆଉ ଏକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ । ନଚେତ ୭ଦିନ ଭିତରେ ଥାନା ସମ୍ମୁଖରେ ତୀବ୍ର ଆନ୍ଦୋଳନ କରିବାକୁ ସଂଘ  ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *