ବର୍ଷାରେ ଭାଙ୍ଗିଲା ମେଡିକାଲ ପାଚେରୀ , ନିମ୍ନ ମାନର କାମ ନେଇ ଭୁଶୁଡିବା ଅଭିଯୋଗ ..
1 min readପୁରୀ ; ରାତିରୁ ପ୍ରବଳ ବର୍ଷାରେ ଭାଙ୍ଗିଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ। ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ଭାଙ୍ଗିଯାଇଛି। ଏ ନେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଛି ପାଚେରୀ।
ଗତ କିଛି ବର୍ଷ ହେବ ପାଚେରୀ ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ଯୋଗୁଁ ପାଚେରୀ ଭୁଶୁଡିଯାଇଛି, ପ୍ରତି ଥର କେବଳ ରଙ୍ଗବୋଳି ଠିକାଦାର ମାଲେମାଲ ହେଉଛନ୍ତି।
କାମ ସମୟରେ ମଧ୍ୟ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଥିଲା ଯାହାକି ପ୍ରବଳ ବର୍ଷା ଯୋଗୁଁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଗ ପାର୍ଶ୍ଵରେ ୧୦୦ଫୁଟ ପାଖାପାଖି ଲମ୍ବର ପାଚେରୀ ଭାଙ୍ଗିଯାଇଛି ।
ଗତ କିଛି ଦିନ ତଳେ ଷ୍ଟାଫ କ୍ଵାଟର ନିକଟ ପାଚେରୀ ଭୁଶୁଡିଥିଲା। କିନ୍ତୁ ଆଗ ପାର୍ଶ୍ଵ ନିମ୍ନମାନର କାମ ଯୋଗୁଁ ଭୁଶୁଡିଯାଇଛି।