Pratidin TV

Odisha's Digital News Platform

୩୭୧ ଦିନ ହେଲା ମହାକାଶରେ ଥିଲେ,ଏବେ ପୃଥିବୀକୁ ଫେରିଲେ

1 min read

ଦୀର୍ଘ ୧ ବର୍ଷ ହେଲା ମହାକାଶରେ ରହିବା ପରେ ୩ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି । ସେମାନଙ୍କ ଭିତରେ ଜଣେ ନାସା ମହାକାଶଚାରୀ ଏବଂ ୨ ଋଷୀୟ ବ୍ୟକ୍ତି ଥିଲେ । ଆମେରିକୀୟ ସେନାର ଲେଫ୍ଟନାଣ୍ଟକର୍ଣ୍ଣେଲ ତଥା ନାସାର ମହାକାଶ ଯାତ୍ରୀ ଫ୍ରାଙ୍କ୍ ରୁବିଓ ବୁଧବାର ଦିନ ପୃଥିବୀ ଫେରିଛନ୍ତି । ମହାକାଶରେ ରୁବିଓଙ୍କ ଐତିହାସିକ କାର୍ଯ୍ୟକାଳ ସେପ୍ଟେମ୍ବର ୨୭ରେ ସମାପ୍ତ ହୋଇଛି । ଏହି ମିଶନ ୨୦୨୨ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା । ଫ୍ରାଙ୍କ୍ ରୁବିଓ ବୁଧୁବାର ଦିନ କାଜାକିସ୍ତାନରେ ଲ୍ୟାଣ୍ଡ୍ କରିଥିଲେ । ୠଷୀୟ ମହାକାଶ ଯାତ୍ରୀ ସର୍ଗେ ପ୍ରୋକୋପୟେଭ୍ ଓ ଦିମିତ୍ରୀ ପେଟେଲିନଙ୍କ ସହ ରୁବିଓ ମହାକାଶରେ ୩୭୧ ଦିବସୀୟ ଅଦ୍ଭୁତପୂର୍ବ ମିଶନ ସମାପ୍ତ କରି ପୃଥିବୀକୁ ଫେରି ଆସିଛନ୍ତି । ଏହି ୩ ଜଣିଆ ଟିମ୍ ଆନ୍ତର୍ଜାତୀୟ ମହାକାଶ ଷ୍ଟେସରୁ ସୋୟୁଜ୍ ଏମ୍‌ଏମ୍‌-୨୩ ମହାକାଶ ଯାନରେ ବାହାରିଥିଲେ । ଅ୍ଧମ ନିଜର କାର୍ଯ୍ୟ ସମାପ୍ତ କରି କାଜାକିସ୍ତାନରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍ କରିିଛନ୍ତି । ଆଇଏସ୍‌ଏସ୍‌ରେ ରୁବିଓଙ୍କ ମିଶନ ୩୭୧ ଦିନ ଧରି ଚାଲିଥିଲା । ଦୀର୍ଘ ଦିନ ଧରି ଚାଲିଥିବା ଏହି ମିଶନ ନାସାର ପୂର୍ବ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି ।

ଏହା ପୂର୍ବରୁ ମାର୍କ ଭନ୍ଦେ ହେୟି ୩୫୫ ଦିନ ପର୍ଯ୍ୟନ୍ତ ମହାକାଶରେ ରହି ରେକର୍ଡ ସୃଷ୍ଟି କରିଥିଲେ । ୨୦୧୭ରେ ୧୮,୦୦୦ ଲୋକ ମହାକାଶ ଯାତ୍ରୀ ପାଇଁ ଆବେଦନ କରିଥିଲେ । ୧୦ ଜଣ ଚୟନ ହୋଇଥିବା ବେଳେ ରୁବିଓ ସେମାନଙ୍କ ଭିତରୁ ଜଣେ ରହି ଥିଲେ । ରୁବିଓ ଜଣେ ସେନା ଚିକିତ୍ସକ ହେବା ସହ ନାସାର ମହାକାଶ ଯାତ୍ରୀ ମଧ୍ୟ ଅଟନ୍ତି । ଆଇଏସ୍‌ଏସ୍‌ରେ ରୁବିଓଙ୍କ ମିଶନ ପ୍ରଥମେ ୬ ମାସ ପାଇଁ ନିର୍ଦ୍ଧାରିତ ଥିଲା । ପରେ ମହାକାଶ ଯାନରେ କୁଲାଣ୍ଟ ଲିକ୍ ଆବିଷ୍କାର ଏବଂ ଏହା ପରର ଯାଞ୍ଚପାଇଁ ତାଙ୍କ ମିଶନର ସମୟକୁ ବଢ଼ାଇ ଦିଆଯାଇଥିଲା । ରୁବିଓଙ୍କ ମହାକାଶ ଷ୍ଟେସନର ଯାତ୍ରା ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏବଂ ରୁଷୀୟ ମହାକାଶ ଏଜେନ୍ସି ‘ରୋସ୍କୋସ୍ମୋସ୍‌’ ମଧ୍ୟରେ ଏକ ପାରସ୍ପରିକ ଚୁକ୍ତି ଆଧୀନରେ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *