Pratidin TV

Odisha's Digital News Platform

୫୯ ବର୍ଷୀୟା ସୁନିତା କରିବାକୁ ଯାଉଛନ୍ତି ୩ୟ ଥର ପାଇଁ ମହାକାଶ ଯାତ୍ରା

1 min read

ଭାରତର ଗର୍ବ ପାଲଟିଥିବା ସୁନିତା ୱିଲିୟମ୍‌ସ ପୁଣିଥରେ ମହାକାଶ ଯାତ୍ରା କରିବାକକୁ ଯାଉଛନ୍ତି | ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ।ଏହି ଯାତ୍ରାପାଇଁ ର୍ତ୍ତମାନ ତାଲିମ ନେଉଛନ୍ତି।

ସୂଚନା ଅନୁସାରେ ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍‌ସ | ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍‌କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍‌ସ୍ତାନର ବୈକାନୁର କସ୍‌ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ବିତୀୟ ଥର ମହାକାଶ ଯାତ୍ରା କରିଥିଲେ। ତେବେ ବର୍ତ୍ତମାନ ୫୯ ବର୍ଷୀୟା ସୁନିତାଙ୍କର ଏହା ହେବ ତୃତୀୟ ମହାକାଶ ଯାତ୍ରା। ତେବେ ମେ‘ ୬ ରେ ସୁନିତା ବୋଇଙ୍ଗ୍‌ କମ୍ପାନୀର ଷ୍ଟାରଲାଇନର ମହାକାଶ ଯାନରେ ଯାତ୍ରା କରି​‌ବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି |

Advertisement

Leave a Reply

Your email address will not be published. Required fields are marked *