Pratidin TV

Odisha's Digital News Platform

ଦିନ ୧୧ଟାରେ ପୂଜାର୍ଚ୍ଚନା, ୧ଟାରେ ସାମ୍ବାଦିକ ସମ୍ମିଳନୀ କରି ସନ୍ଧ୍ୟାରେ କରିବେ ରୋଡ଼ ଶୋ

1 min read

ଦୀର୍ଘ ୫0 ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ | ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି | ଜେଲରୁ ବାହାରିବା ପରେ ନିଜ ବାସଭବନକୁ ଯାଇଛନ୍ତି କେଜ୍ରିୱାଲ | ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତକାଲି ଜାମିନ ମିଳିଛି | କେଜ୍ରିୱାଲ ଇଡିର ଗିରଫଦାରୀକୁ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ଦେଶରେ ଚାଲିଥିବା ନିର୍ବାଚନକୁ ଦୃଷ୍ଟରେ ରଖି ଜୁନ ୧ ଯାଏ ତାଙ୍କୁ ଜାମିନ ଦେଇଛନ୍ତି। ଜୁନ ୨ରେ ସେ ପୁଣି ତିହାର ଜେଲରେ ଆତ୍ମସମର୍ପଣ କରିବେ।

ଆଜି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କନଟ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦିନ ୧ଟାରେ ଆପ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଏବଂ ସନ୍ଧ୍ୟାରେ ରୋଡ଼ ଶୋ କରିବେ କରିବେ କେଜ୍ରିୱାଲ |

Advertisement

ଏହାପୂର୍ବରୁ ଗତକାଲି ତିହାର ଜେଲରୁ ବାହାରିବା ପରେ ସେ ପ୍ରଭୁ ହନୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ | ଏବଂ ଦେଶରୁ ଏକସଛାତ୍ରବାଦୀ ଶାସନ ଶେଷ କରିବାକୁ ସଂଗ୍ରାମରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ | କେଜ୍ରିୱାଲ ଜେଲରୁ ବାହାରିବା ପରେ ସମର୍ଥକମାନେ ‘ଭାରତ ମାତା କି ଜୟ’ , ‘ବନ୍ଦେ ମାତରମ’ ନାରା ଲଗାଇଥିଲେ | କେଜ୍ରିୱାଲ ଜୁନ ୨ ତାରିଖ ଦିନ ଗତିହାର ଜେଲରେ ପୁଣି ନିର୍ବାଚନ ସାରିବା ପରେ ଆତ୍ମସମର୍ପଣ କରିବେ |

Leave a Reply

Your email address will not be published. Required fields are marked *