Pratidin TV

Odisha's Digital News Platform

ରାତିରେ ମୋଦି ଖାଇଲେ ଓଡ଼ିଆ ଖାଦ୍ୟ, ଦିଆଗଲା ସନ୍ତୁଳାକୁ ରୁଟି

1 min read

ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଇଲେ ଓଡ଼ିଆ ଖାଦ୍ୟ | ଗତକାଲି ଜନପଥରେ ଜଣ ସମୁଦ୍ର ସୃଷ୍ଟି କରିବା ପରେ ଗତକାଲି ରାଜଭବନରେ ରାତ୍ରିଯାପନ କଲେ ପ୍ରଧାନମନ୍ତ୍ରୀ | ମୋଦିଙ୍କଙ୍କ ପୁରା ଓଡ଼ିଆ ଖାଦ୍ୟ ବଢ଼ା ହୋଇ ଦିଆଯାଇଥିଲା | ତେବେ ଓଡ଼ିଆ ଖାଦ୍ୟ ସହ ମେନ୍ୟୁରେ ଗୁଜୁରାତି ଖାଦ୍ୟ ମଧ୍ୟ ସମ୍ପୃକ୍ତ ଥିଲା | କିନ୍ତୁ ଅଧିକଂଶସା ଥିଲା ଓଡ଼ିଆ ଖାଦ୍ୟ |

ରାତିରେ ମୋଦିଙ୍କ ମେନ୍ୟୁରେ ରୁଟି, ସନ୍ତୁଳା ସହ ଡାଲମା, କଡୀ ଛତୁ ବରା ଥିବାବେଳେ ଏହା ସହ ଗୁଜୁରାଟି ଖାଦ୍ୟ ମଧ୍ୟ ସାମିଲ ଥିଲା | ସେହିପରି ସକାଳ ଜଳଖିଆରେ ମୋଦିଙ୍କୁ ଖାଦ୍ୟ ପରସା ଯାଇଥିଲା ଦୋସା, ଚକୁଳି ସହ ଘୁଘୁନି ଓ ଚଟଣି | ଏହାପରେ ଜୁସ ମଧ୍ୟ ପରସା ଯାଇଥିଲା | ଏବଂ ସ୍ୱତନ୍ତ୍ର ସେଫ ଟିମ ଏହି ଖାଦ୍ୟ ସବୁ ପ୍ରସ୍ତୁତ କରିଥିଲେ |

Advertisement

ତେବେ ଆଜି ହେଉଛି ମୋଦିଙ୍କ ୨ୟ ମାରାଥନ ପ୍ରଚାର | ଓଡିଶା ଗସ୍ତର ୨ୟ ଦିନରେ ଫୁଲବାଣୀ, ବଲାଙ୍ଗୀରି, ଏବଂ ବଡ଼ଗଡ଼ରେ ବିଶାଳ ଜନସମାବେଶ ସଂମ୍ବଧନ କରିବେ ମୋଦି |

Leave a Reply

Your email address will not be published. Required fields are marked *