Pratidin TV

Odisha's Digital News Platform

ଦିନ ଦ୍ୱିପହରରେ ଲୁଟେରାଙ୍କ ଉତ୍ପାତ୍ , ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ୭ ଲକ୍ଷ ।

ନରସିଂହପୁର ; କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା ଅର୍ନ୍ତଗତ ଜଳକେଳି ଏବଂ ଏକଡାଳ ମଧ୍ୟରେ ଥିବା ଆମ୍ବ ତୋଟା ନିକଟରେ ବ୍ୟବସାୟୀ ଙ୍କୁ ଗୁଳି ମାରି ଲୁଟି ନେଲେ ୭ ଲକ୍ଷ ରୁ ଅଧିକ ଟଙ୍କା ।

ସୂଚନା ରୁ ପ୍ରକାଶ ଯେ ନୟାଗଡ଼ ମାନ୍ଧାତାପୁର ଗ୍ରାମର ସନ୍ତୋଷ ସାହୁ ୫୭ ବର୍ଷ ।ନରସିଂହପୁର ରୁ ବ୍ୟବସାୟ ଟଙ୍କା ଆଦାୟ କରି ବାଇକ ରେ ନୟାଗଡ଼ ଯାଉଥିବା ସମୟରେ ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ଜଳକେଳି ବ୍ରିଜ୍ ଆମ୍ବ ବଗିଚା ନିକଟରେ ତିନି ଜଣ ଦୁର୍ବୁତ୍ତ ଗୋଟିଏ ବାଇକ ରେ ଆସି ଗୁଳିମାଡ଼ କରି ବ୍ୟାଗ ରେ ଥିବା ୭ ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଗୁଳି ମାଡ଼ରେ ଆହତ ସନ୍ତୋଷ ସାହୁ ଙ୍କୁ ଉଦ୍ଧାର କରି ନରସିଂହପୁର ମେଡିକାଲ ରେ ଚିକିତ୍ସା କରାଯାଉଛି ।

ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପାରି ନଥିବା ବେଳେ । ଘଟଣାର ଦୁଇ ଘଣ୍ଟା ପରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସନ୍ତୋଷଙ୍କର ଚିକିତ୍ସା ଚାଲିଥିବା ସମୟରେ କାନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତାଙ୍କ କାନ୍ଧରେ ଗୁଳି ରହିଛି ,କାନ୍ଧରୁ ଗୁଳି ବାହାର କରିବା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *