Pratidin TV

Odisha's Digital News Platform

୮୧ ବର୍ଷରେ ମହିଳା ଜାଣିଲେ ପେଟରେ ୫୬ ବର୍ଷହେଲା ଥିଲା ଛୁଆ

1 min read

୮୧ ବର୍ଷ ବୟସ୍କ ମହିଳାଙ୍କ ପେଟରେ ମଲା ଛୁଆ | ଏହି ବିଷୟରେ ମହିଳା ଜାଣିପାରିଥିଲେ ନଥିଲା କିମ୍ବା ତାଙ୍କୁ ଅନୁଭବ ମଧ୍ୟ ହେଉନଥିଲା | ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ବ୍ରାଜିଲରୁ | ଜଣେ ମହିଳା କିଛି ମାସ ନୁହେଁ ବରଂ କ୍ରମାଗତ ୫୬ ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇଥିଲେ | କିନ୍ତୁ ସେ ନିଜେ ମଧ୍ୟ ଏହି ବିଷୟରେ ଜାଣି ପାରିନଥିଲେ | ଶେଷରେ ଯେତେବେଳେ ତାଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା ସେ ଡାକ୍ତରଖାନା ଯାଇଥିଲେ | ଡାକ୍ତର ଚିକତ୍ସା ପରେ ଏହି ଯନ୍ତ୍ରଣାର କାରଣ ଜାଣି ହୋଇଯାଇଥିଲା ଆଶ୍ଚର୍ଯ୍ୟ | ପରେ ମହିଳା ଜଣକ ଜାଣିବା ପରେ ସେ ମଧ୍ୟ ହୋଇଯାଇଥିଲେ ଆଶ୍ଚର୍ଯ୍ୟ | ତାଙ୍କ ପାଦ ତଳୁ ଖସି ଯାଇଥିଲା ମାଟି | ୫୬ ଧରି ତାଙ୍କ ଗର୍ଭରେ ଥିଲା ମୃତ ସନ୍ତାନ | ଏପରିକି ନିଜ ଜୀବନ ତାଙ୍କ ଉପରେ ପଡିଥିଲା ଭାରି | ଆଉ ଏବେ ସେ ମୃତ୍ୟୁବରଣ କରିଛନ୍ତି |

୮୧ ବର୍ଷ ବୟସ୍କ ମହିଳାଙ୍କ ନାଁ ହେଉଛି ଡାନିୟାଲା | ବ୍ରାଜିଲର ପାରାଗୁଇ ସୀମାରେ ରହୁଥିବା ଏହି ମହିଳାଙ୍କ ପେଟରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା | କିନ୍ତୁ ସେ ଜାଣିପାରିନଥିଲେ କି ସେ ଏକ ସନ୍ତାନକୁ ଗର୍ଭରେ ଧାରଣା କରିଛନ୍ତି | ଯେତେବେଳେ ସେ ଡାକ୍ତର ପାଖକୁ ଯାଇଥିଲେ ତାଙ୍କ ପେଟରେ ଏକ କାଲସିଫଏଡ ଭୃଣ ଥିବା ଦେଖିବାକୁ ପାଇଥିଲେ | ଏବଂ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଡାନିୟାଲା ୭ଟି ପିଲାର ମା |

Advertisement

ତେବେ ମାର୍ଚ୍ଚ ୧4ରେ ଅସତପଚାର କରି ଏହାକୁ ହଟାଇଦେଇଥିଲେ | ତେବେ ଏହି ଅପରେସନ ପରେ ଡାନିୟାଲା ଅଧିକ ଦିନ ବଞ୍ଚି ପାରିଲେନାହିଁ | ଏହାର ଠିକ ପରା ଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା | ପରେ ଡାକ୍ତର ପାଟ୍ରିକ କହିଥିଲେ ଅପରେସନ ପରେ ସଂକ୍ରମଣ ହେତୁ ମହିଳାଙ୍କ ମୃତ୍ୟୁ ଘଟିଛି | ଗର୍ଭଧାରଣ ସ୍ଥାନ ପରିବର୍ତ୍ତେ ଶରୀର ଅନ୍ୟ କିଛି ଅଂଶରେ ଗର୍ଭ ଧାରଣା ହେଲେ ଏହାକୁ ଏକ୍ଟୋଫି ଗର୍ଭଧାରଣ କୁହାଯାଏ | ତେବେ ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା | ଶିଶୁର ବିକାଶ ହେବା ହେତୁ କାଲସିଫଏଡ ହୋଇଯାଏ | ଏଭଳି ପରିସ୍ଥିତିରେ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହୁଏ ନାହିଁ | ଏଥିରେ କୌଣସି ଲକ୍ଷଣ ମଧ୍ୟ ଦେଖା ଯାଇନାହିଁ | ଯେଉଁଥିପାଇଁ ମହିଳା ଜଣକ ଜାଣି ନ ପାରିଥିବା ହେତୁ ନିଜ ଜଜିବନ ହାରି ବସିଲେ |

Leave a Reply

Your email address will not be published. Required fields are marked *