Pratidin TV

Odisha's Digital News Platform

ସ୍କୁଲ ଯିବା ବୟସ‌ରେ ଦୁଇଭାଇ ହେଲେ କମ୍ପାନିର ସିଇଓ ଓ ଚେୟାରମ୍ୟାନ୍ 

1 min read

ଚର୍ଚ୍ଚାରେ ୨ ଭାଈଙ୍କ ସଫଳତା | ସ୍କୁଲ ଯିବା ବ୍ୟାରେ ହେଲେ CEO ଚେୟାରମ୍ୟାନ | ଆଉ ବନିଲେ ସର୍ବ କନିଷ୍ଠ CEO | କୌଣସି କମ୍ପାନୀର CEO କହିଲେ ବୟସ୍କ ବ୍ୟକ୍ତିଙ୍କ କଥା ମନକୁ ଆସିଥାଏ | ଛୋଟରୁ ଆରମ୍ଭ କରି ବଡ଼ କମ୍ପାନୀ ପର୍ଯ୍ୟନ୍ତ ଏହାକୁ ସମ୍ଭାଳିବା ପାଇଁ ଅଭିଜ୍ଞତା ନିହାତି ଆବଶ୍ୟକ | କିନ୍ତୁ ଦେଶର ସବୁଠୁ କୁନି CEO ଯାହାର ବୟସ ମାତ୍ର ୧୪-୧୫ ବର୍ଷ ହେବ | ଯେ ସମସ୍ତ ଦାୟିତ୍ୱ ନେଇ ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ |

ତେବେ ସୂଚନା ଅନୁସାରେ ୬ଷ୍ଠ ଏବଂ ୭ମରେ ପଢ଼ୁଥିବା ୨ ଭାଈ ଯାହାର ବୟସ ୧୪-୧୫ ବର୍ଷ ହେବ ସେ ସାରା ଦେଶର ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି | ସାଧାରଣତଃ ଏହି ବୟସରେ ପିଲା କିପରି ଭଲ ପାଠ ପଢି ଭଲ ମାର୍କ ରଖି ଡାକ୍ତର, ଇଞ୍ଜିନିୟର ହେବାକୁ ଲକ୍ଷ ରଖିଥାନ୍ତି | କିନ୍ତୁ ଏହି ୨ ଭାଈ ପିଲା ଦିନରୁ ହିଁ ବ୍ୟବସାୟ କରିବାର ସ୍ବପ୍ନ ଦେଖି ଆସିଛନ୍ତି | ଏବଂ ଭାରତର ସବୁଠୁ କନିଷ୍ଠ CEO ପଦବୀ ହାସଲ କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ୨ ଭାଈ |

Advertisement

ତେବେ ସୂଚନା ଅନୁସାରେ ୨ ଭାଈ ହେଉଛନ୍ତି ଶ୍ରବଣ ଏବଂ ସଞ୍ଜୟ କୁମାରନ | ଦେଶର ସର୍ବ କନିଷ୍ଠ ଆପ ଡେଭଲପର ଭାବେ ଏମାନେ ସଫଳତା ହାସଲ କରିଛନ୍ତି | ଅଣ୍ଡର ୧୩ ଲିଷ୍ଟରେ ସାମିଲ କରାଯାଇଛି | ମାତ୍ର ୧0-୧୧ ବୟସରୁ ସଞ୍ଜୟ ଏବଂ ଶ୍ରବଣ ୨0୧୧ ମସିହାରୁ ଚେନ୍ନାଇରେ ଥିବା ନିଜ ଘରୁ ସେମାନଙ୍କ କମ୍ପନୀ ଗୋଡ଼ାଇମେନ୍ସ ଆରମ୍ଭ କରିଥିଲେ | ସଞ୍ଜୟ CEO ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରବଣ ଥିଲେ ଚେୟାରମ୍ୟାନ | କମ୍ପନୀ ଖୋଲିବାର କିଛି ବର୍ଷ ମଧ୍ୟରେ ସେ ୭ଟି ମୋବାଇଲ ଆପ କ୍ରିଏଟ କରିଥିଲେ | ଯାହା ୫0ରୁ ଅଧିକ ଦେଶରେ ପ୍ରସିଦ୍ଧ ହୋଇଥିଲା | ମାତ୍ର ୪ ବର୍ଷ ବୟସରେ PPT ତିଆରି କରିବା ଆରମ୍ଭ କରିଥିଲେ |

Leave a Reply

Your email address will not be published. Required fields are marked *