ଖାଉଟିଙ୍କ ମୁଣ୍ଡରେ ଚଡ଼କ; ମାସ ଆରମ୍ଭରୁ ବଦଳିଲା ୬ ନିୟମ
1 min readମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ | ନୂଆ ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍କା ଟକା ପାଇଛନ୍ତି।
ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଆଧାର କାର୍ଡ, କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡର ଏବଂ ଏଫଡି ସହ ଯୋଡି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ।
ମାସ ଆରମ୍ଭରୁ ଜାଲ୍ ଫୋନ କଲ ଏବଂ ମେସେଜ ଉପରେ ଲଗାମ ଲାଗିପାରେ । ଟ୍ରାଇ ପକ୍ଷରୁ ଟେଲିକମ୍ କମ୍ପାନୀଗୁଡିକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ TRAI ପକ୍ଷରୁ କଡା ଗାଇଡଲାଇନ୍ ମଧ୍ୟ ଜାରି କରାଯାଇ ସାରିଛି । ଟେଲିକମ୍ କମ୍ପାନୀ ଯେପରିକି ଏୟାରଟେଲ, ଜିଓ, ଭୋଡାଫୋନ-ଆଇଡିଆ, BSNL କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଟ୍ରାଇ ।
ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି ପାଇଛି। ଆଜିଠୁ କ୍ରେଡିଟ୍ କାର୍ଡ ନିୟମାବଳୀରେ ପରିବର୍ତ୍ତନ ହେଉଛି। ୟୁଟିଲିଟି ଟ୍ରାଞ୍ଜାକସନ୍ ଉପରେ HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ। ଥାର୍ଡ ପାର୍ଟି ଆପରେ ଏଜୁକେସନାଲ ପେମେଣ୍ଟ କଲେ HDFC ବ୍ୟାଙ୍କ କୌଣସି ରିୱାର୍ଡ ପଏଣ୍ଟ ଦେବନାହିଁ । ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ।