Pratidin TV

Odisha's Digital News Platform

କଲ୍କି ୨୮୯୮ ଏଡି ଚଳଚିତ୍ର ଇଭେଣ୍ଟରେ , ଅମିତାଭଙ୍କୁ ତାଙ୍କ “ପ୍ରିୟ ବନ୍ଧୁ” କମଲ ହାସନ ଦେଲେ ପ୍ରଥମ ଟିକେଟ

1 min read

କଲ୍କି ୨୮୯୮ ଏଡି ଚଳଚ୍ଚିତ୍ରରେ ଅଶ୍ୱତଥାମା ଭୂମିକାରେ ଅଭିନୟ କରୁଥିବା ଅମିତାଭ ବଚ୍ଚନଙ୍କୁ ପ୍ରଥମ ଟିକେଟ ଦିଆଯାଇଛି । ମୁମ୍ବାଇରେ ଫିଲ୍ମର ଇଭେଣ୍ଟରେକମଲ ହାସନ ଟିକେଟ ଦେଉଥିବା ନଜର ଆସିଛି। ଭେଟେରାନ ତାମିଲ ଅଭିନେତା ଏହି ଚଳଚ୍ଚିତ୍ରରେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଛନ୍ତି | ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି |

ସୂଚନା ଅନୁଯାୟୀ, ବୁଧବାର ଦିନ ମୁମ୍ବାଇ କଲ୍କି ୨୮୯୮ ଏଡି ଚଳଚିତ୍ର ଏକ ଇଭେଣ୍ଟ ହୋଇଥିଲା | ଏହି ଇଭେଣ୍ଟରେ ଅମିତାଭ ବଚ୍ଚନ, ଦୀପିକା ପାଦୁକନ, ପ୍ରଭାସ ଏବଂ କମଳ ହାସନ ଏହି ଇଭେଣ୍ଟରେ ସାମିଲ ଥିଲେ | ଏହି ସମୟ ମଧ୍ୟରେ ଅନେକ ଭଲ ମୁହୂର୍ତ୍ତ ମଧ୍ୟ ଦେଖିବାକୁ ମିଳିଥିଲା ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି | ବିଗ ବି କେବଳ ଫିଲ୍ମର ନିର୍ମାତାଙ୍କ ପାଦ ଛୁଇଁ ନ ଥିଲେ ବରଂ ନିଜ ଫିଲ୍ମର ପ୍ରଥମ ଟିକେଟ ମଧ୍ୟ ମିଳିଛି | ଏହି ଟିକେଟ କାମଳ ହାସନ ଅମିତାଭ ବଚ୍ଚନଙ୍କୁ ଦେଉଥିବା ନଜର ଆସିଛି | ଯାହା ଖୁବ ଭାଇରାଲ ହେବାରେ ଲାଗିଛି |

ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୫ ବର୍ଷ ସମୟ ଲାଗିଥିଲା | ଏବେ ଫିଲ୍ମଟି କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଚଳଚ୍ଚିତ୍ର ନିର୍ମାତାମାନେ ମୁମ୍ବାଇରେ ଏକ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜନ କରିଛନ୍ତି। କଲ୍କି ଚଳଚିତ୍ରର ପୁରା କାଷ୍ଟ ଏଥିରେ ଦେଖିବାକୁ ମିଳିଥିଲା | ଦୀପିକା ପାଦୁକୋନ, ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନଙ୍କ ସହ ଫିଲ୍ମ ସହିତ ଜଡିତ ସମସ୍ତ ଚରିତ୍ର ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଖୁବ୍ ଶୀଘ୍ର ମା ଦୀପିକା ପାଦୁକୋନ ଘଟଣାସ୍ଥଳରେ ପହଞ୍ଚିଥିବାର ନଜର ଆସିଛନ୍ତି। ଏହି ଇଭେଣ୍ଟରେ ଦୀପିକା ଏକ କଳା ବଡିକନ୍‌ ଡ୍ରେସ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଥିଲା |

Leave a Reply

Your email address will not be published. Required fields are marked *