Pratidin TV

Odisha's Digital News Platform

ଅଟଳ ବିହାରୀଙ୍କ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

1 min read

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ଅଟଳ ବିହାରୀ ବାଜପେୟୀଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଭାଜପା ନେତାମାନେ ତାଙ୍କ ସମାଧି ସ୍ଥଳ ସଦୈବ ଅଟଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ ଏନଡିଏ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି।

ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ମୃତ୍ୟୁ ବାର୍ଷିକୀ ଅବସରରେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦୈବ ଅଟଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଅନ୍ୟପଟେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍ମରଣ କରି ଲେଖିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସମ୍ମାନୀୟ ଅଟଳ ଜୀଙ୍କର ମୃତ୍ୟୁ ବାର୍ଷିକୀରେ ମୁଁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ୨୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ତୁଙ୍ଗ ଜାତୀୟ ନେତା ଥିଲେ | ୬୩ ବର୍ଷ ଧରି ରାଜନୀତିର ଜଣେ ଶିଖର ପୁରୁଷ ଥିଲେ | ଭାରତରେ ସେ ୩ ଥର ପ୍ରଧାନମନ୍ତ୍ରୀ ରହିଥିଲେ | ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଦିଲ୍ଲୀର ଏକ୍ସରେ ୮୩ ବର୍ଷ ବୟସରେ ୧୬ ଅଗଷ୍ଟ ୨୦୧୮ରେ ହୋଇଥିଲା।

Leave a Reply

Your email address will not be published. Required fields are marked *