ରତନଙ୍କ ପିତାଙ୍କର ନଥିଲା ଟାଟା ପରିବାର ସହ ରକ୍ତ ସମ୍ପର୍କ, ହେଲେ କେମିତି ହେଲେ ଟାଟା କମ୍ପାନୀର ମାଲିକ..
1 min readରତନ ଟାଟା । କେବଳ ନାମ ହଁ ଯଥେଷ୍ଟ । ସାରା ବିଶ୍ବରେ ସମସ୍ତେ ଚିହ୍ନନ୍ତି ଭାରତର ଏହି ପ୍ରତିଷ୍ଠିତ ଉଦ୍ୟୋଗପତି । ତାଙ୍କ ଦେହାନ୍ତରେ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ହେଲେ ସବୁଠୁ ବଡ଼ କଥା ହେଉଛି ଏହି ବିଶିଷ୍ଟ ଶିଳ୍ପପତିଙ୍କ ପିତାଙ୍କର ନଥିଲା ଟାଟା ପରିବାର ସହ ରକ୍ତ ସମ୍ପର୍କ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ତାହେଲେ ଟାଟା କମ୍ପାନୀର କିଭଳିଭାବେ ମାଲିକ ବନିଲେ ରତନ ଟାଟା । କଥାରେ ଅଛି କି, ଭାଗ୍ୟ ଏବଂ କଠିନ ପରିଶ୍ରମ କରୁଥିବା ଲୋକ ଜୀବନରେ ସବୁବେଳେ ସଫଳ ହୋଇଥାନ୍ତି । ବାସ୍ତବରେ ଏହା ରତନ ଟାଟାଙ୍କ ପିତା ନାଭାଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।
ନାଭାଲଙ୍କ ଜୀବନ କାହାଣୀ ଅନେକଙ୍କ ପାଇଁ ବେଶ ପ୍ରେରଣାଦାୟକ ନିଶ୍ଚିତ । ୧୯୦୪ ଅଗଷ୍ଟ ୩୦ ତାରିଖରେ ତତ୍କାଳୀନ ବମ୍ବେ ତଥା ଏବେର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ନାଭାଲଙ୍କ ପିତା ଅହମ୍ମଦାବାଦରେ ଏକ ମିଲରେ କାମ କରୁଥିଲେ । ତେବେ ୧୯୦୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ନାଭାଲଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିଲା । ମା’ ତାଙ୍କୁ ନେଇ ଗୁଜୁରାଟକୁ ଚାଲିଯାଇଥିଲେ । ସେଠାରେ କିଛି ରୋଜଗାର କରି ନାଭାଲଙ୍କୁ ପଢ଼ାଇବାକୁ ଚାହିଁଥିଲେ । କିନ୍ତୁ ପରିସ୍ଥିତି ଏମିତି କିଛି ହୋଇଥିଲା କି, ତାଙ୍କୁ ଅନାଥ ଆଶ୍ରମକୁ ପଠାଯାଇଥିଲା । ଆଉ ଏଠାରେ ହିଁ ତାଙ୍କ ଭାଗ୍ୟରେ ଆସିଥିଲା ପରିବର୍ତ୍ତନ । ଏଠାରେ ତାଙ୍କର ନବାଜବାଇ ଟାଟାଙ୍କ ସହ ଦେଖାହୁଏ । ଯିଏକି ସାର ରତନଜୀ ଟାଟାଙ୍କ ପତ୍ନୀ ଥିଲେ । ନବାଜବାଇ ନାଭାଲଙ୍କୁ ଏତେ ଭଲ ପାଇ ଯାଇଥିଲେ କି, ସେ ତାଙ୍କୁ ପୁତ୍ର ଭାବେ ଗ୍ରହଣ କରିଥିଲେ । ଏହାପରେ ନାଭାଲଙ୍କ ଭାଗ୍ୟରେ ସୂର୍ଯ୍ୟ ଉଦୟ ହୋଇଥିଲା । ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା । ଏହାପରେ ସେ ଭଲ ପାଠ ପଢ଼ିବାର ସୁଯୋଗ ପାଇଥିଲେ । ବମ୍ବେ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ସ୍ନତକୋତ୍ତର ହାସଲ କରିବା ପରେ ଲଣ୍ଡନ ରେ ଆକାଉଣ୍ଟିଂ ପାଠ ପଢ଼ିଥିଲେ । ଏହାପରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।
ନାଭାଲ ୧୯୩୦ ରେ ଟାଟା ସନ୍ସରେ ଯୋଗ ଦେଇଥିଲେ, ଯେଉଁଠାରେ ସେ କ୍ଲର୍କ-କମ-ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଏବଂ ଦକ୍ଷତା ହେତୁ ତାଙ୍କର ଶୀଘ୍ର ପଦୋନ୍ନତି ପାଇଲେ | ୧୯୩୩ ମସିହାରେ ତାଙ୍କୁ ବିମାନ ବିଭାଗର ସଚିବ କରାଯାଇଥିଲା ଏବଂ ଏହା ପରେ ସେ ଟାଟା ମିଲ୍ସ ଏବଂ ଅନ୍ୟାନ୍ୟ ୟୁନିଟରେ କାର୍ଯ୍ୟ କରିଥିଲେ। ୧୯୪୧ ମସିହାରେ, ସେ ଟାଟା ସନ୍ସର ନିର୍ଦ୍ଦେଶକ ହୋଇଥିଲେ । ୧୯୬୧ ମସିହାରେ ସେ ଟାଟା ପାୱାର (ତତ୍କାଳୀନ ଟାଟା ଇଲେକ୍ଟ୍ରିକ୍ କମ୍ପାନୀ) ର ଚେୟାରମ୍ୟାନ୍ ଭାବରେ ଉଠିଥିଲେ। ୧୯୬୨ ମସିହାରେ ସେ ଟାଟା ସନ୍ସଙ୍କ ଡେପୁଟି ଚେୟାରମ୍ୟାନ୍ ଭାବରେ ମଧ୍ୟ ପାଇଥିଲେ।
ବ୍ୟବସାୟ ବ୍ୟତୀତ ନାଭାଲ ଟାଟା ସାମାଜିକ ସେବାରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ସେ ସାର୍ ରତନ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ ଏବଂ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଏହି ଭୂମିକା ଗ୍ରହଣ କରିଥିଲେ | ସେ ଭାରତୀୟ କର୍କଟ ସମାଜର ଚେୟାରମ୍ୟାନ୍ ଭାବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ। କ୍ରୀଡା ପ୍ରତି ନାଭାଲଙ୍କର ମଧ୍ୟ ଗଭୀର ଆଗ୍ରହ ଥିଲା, ସେ ଭାରତୀୟ ହକି ଫେଡେରେଶନର ସଭାପତି ଥିଲେ ଏବଂ ଆନ୍ତର୍ଜାତୀୟ ହକି ଫେଡେରେଶନର ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ।