Pratidin TV

Odisha's Digital News Platform

ପୋଲିସର ମହାନତା , ଦୁର୍ଦ୍ଦାନ୍ତ ଅପରାଧୀ ଝିଅର ବାପା ହୋଇ କନ୍ୟା ଦାନ କଲା ପୋଲିସ..

1 min read

ଯେଉଁ ହାତରେ ବାପାକୁ ଗୁଳିକରିଥଲେ , ସେହି ହାତରେ ଝିଅ ବାହା କରାଇ ବିଦା କଲା ପୋଲିସା । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧୀର ଝିଅକୁ ନିଜ ଝିଅ ଭଳି ବହୁ ଆଡମ୍ବର ସହ ଖୁବ ଧୁମଧାମରେ ବିବାହ କରାଇଲେ । ଭୋଜି ଠାରୁ ଆରମ୍ଭ କରି ଝିଅର ବିଦାୟୀ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିଥିଲା ପୋଲିସ । ଉତ୍ତରପ୍ରଦେଶର କୁଖ୍ୟାତ ଡାକୁ ସୁଲତାନାକୁ ଧରି ବ୍ରିଟିଶ ପୁଲିସ ଫାଶୀ ଦେଇଥିଲା । ହେଲେ ଅପରାଧିଙ୍କ ଝିଅକୁ ପାଠ ପଢାଇ ବିବାହ କରାଇବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଏଭଳି ଏକ ବିବାହ ଉତ୍ସବ ଥିଲା ଯେଉଁଥିରେ ବିବାହ ପରେ ଝିଅ ବିଦା ବେଳେ ପୁଲିସ ଅଧିକାରୀମାନେ କାନ୍ଦିଥିଲେ । ବାପା ଉପରେ ଗୁଳି ଚଳାଇଥିବା ପୁଲିସର ହାତ ଝିଅକୁ ଉପହାର ଓ ଆର୍ଶିବାଦ ଦେଉଥିବା ଦେଖିବାକୁ ମିଳିଥିଲା ।

ଗତବର୍ଷ ଜଣେ ପୁଲିସ କର୍ମଚାରୀକୁ ହତ୍ୟା କରିବା ଅଭିଯୋଗରେ ଅପରାଧୀକୁ ଏନକାଉଣ୍ଟର କରିଥିଲା ପୁଲିସ । ଏନକାଉଣ୍ଟରରେ ବାପାର ମୃତ୍ୟୁ ପରେ ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଝିଅ ଓ ପତ୍ନୀ ଏସମ୍ପର୍କରେ ପୁଲିସକୁ ଅବଗତ କରାଇବା ପରେ ପୁରା ପରିବାରର ଭାର ପୁଲିସ କାନ୍ଧକୁ ନେଇଥିଲା । ଝିଅର ବାହାଘର ଠିକ୍ ହେବା ପରେ ପୁରା ଖର୍ଚ୍ଚର ଦାୟିତ୍ୱ ପୁଲିସ ଅଧିକାରୀମାନେ ନେଇଥିଲେ । ଗେଷ୍ଟ ହାଉସ୍‌, ବରଯାତ୍ରୀଙ୍କ ଖାଇବା ପିଇବା, ଉପହାର ସବୁକିଛି ଆୟୋଜନ କରିଥିଲା ପୁଲିସ । ବାହାଘର ପରେ ପୁଲିସ ପକ୍ଷରୁ ଝିଅକୁ ଅନେକ ଉପହାର ମଧ୍ୟ ଦିଆଯାଇଥିଲା । ଯାହାକୁ ଦେଖିବା ପରେ ସଭିଏଁ ଚକିତ ହୋଇଯାଇଥିଲେ । ୨୦୨୩ ମେ ୧୦ ତାରିଖରେ ଉତ୍ତରପ୍ରଦେଶର ଓରାଇ କୋତୱାଲି ଅଞ୍ଚଳର ରାଜପଥ ପୋଷ୍ଟ ନିକଟରେ ଡ୍ୟୁଟିରେ ଥିବା ଜଣେ ପୋଲିସ କନେଷ୍ଟବଳ ଭେଦଜିତ ସିଂହଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।

Advertisement

ଏହି ଘଟଣାର ୪ ଦିନ ପରେ କନେଷ୍ଟବଳଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରମେଶ ରାୟକବାର ଓ କଲ୍ଲୁ ଆହିରବାରଙ୍କୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଥିଲା । ଏନକାଉଣ୍ଟର ରେ ମୃତ୍ୟୁବରଣ କରିଥିବା ରମେଶର ୨ଟି ଝିଅ ଓ ଗୋଟିଏ ପୁଅର ପ୍ରତିପୋଷଣ ଓ ବିବାହର ଦାୟିତ୍ୱ ନେଇଥିଲା ପୋଲିସ । ଗତ ଶନିବାର ରମେଶର ବଡ଼ ଝିଅ ଶିବାଙ୍ଗୀର ବିବାହ ଖୁବ ଧୁମଧାମରେ କରିଛି ପୋଲିସ । ପୁଲିସ ନିଜ ଝିଅ ଭଳି ଶିବାଙ୍ଗୀର ବାହାଘର କରିଥିବା ରମେଶଙ୍କ ପତ୍ନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *