Pratidin TV

Odisha's Digital News Platform

ରାହୁଲ କହିଲେ ତାଙ୍କ ପତ୍ନୀ ଅଭିନେତ୍ରୀ ଆଥିୟା ଜଣେ ଅନ୍ଧବିଶ୍ୱାସୀ, କ୍ରିକେଟ ମ୍ୟାଚ ଦିନ କରନ୍ତି ଏମିତି …

1 min read

ଭାରତୀୟଙ୍କ ପ୍ରିୟ ଖେଳ କଥା ଉଠିଲେ ନାଁ ଆସେ କ୍ରିକେଟ । ତେବେ କ୍ରିକେଟ୍‌ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଲୋକଙ୍କ ହୃଦୟ ସହ ଜଡ଼ିତ ରହିଥାଏ । ବେଳେ ବେଳେ ଏମିତି ହୁଅ କି କୌଣସି ବଡ଼ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀ ଅନ୍ଧବିଶ୍ୱାସୀ ହୋଇଥାନ୍ତି । ମ୍ୟାଚ ଖେଳ ଠାରୁ ଆରମ୍ଭ କରି ମ୍ୟାଚ ଜିତିବା ପର୍ଯ୍ୟନ୍ତ ଅନେକ ପୂଜା ପାଠ କରିଥାନ୍ତି ।ହୋମ ଯଜ୍ଞ ଠାରୁ ଆରମ୍ଭ କରି ଓଷାବ୍ରତ ମଧ୍ୟ କରିଥିବା ଆପଣ ମାନେ ଶୁଣିଥିବେ ।ଖାଲି କ୍ରିକେଟ ପ୍ରେମୀ ନୁହେ ଏମିତି କି କ୍ରିକେଟରଙ୍କ ଘର ଲୋକ ମଧ୍ୟ ଏହି ଅନ୍ଧ ବିଶ୍ୱାସ ସହ ଜଡିତ ରହିଛନ୍ତି । ଏବେ ଆଉ ଜଣେ କ୍ରିକେଟର କିଛି ଏଭଳି ଖୁଲାସା କରିଛନ୍ତି । ବଲିଉଡ୍‌ ଅଭିନେତ୍ରୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀଙ୍କୁ ନେଇ ଏକ ଖୁଲାସା କରିଛନ୍ତି ।

ବିଶ୍ୱକପ୍‌-୨୦୨୩ରେ ଆଥିୟାଙ୍କ ଅନ୍ଧବିଶ୍ୱାସ ବିଷୟରେ ଷ୍ଟାର୍ ସ୍ପୋର୍ଟସ୍ ସହିତ କଥାବାର୍ତ୍ତା କରି କେ.ଏଲ୍ ରାହୁଲ ପ୍ରକାଶ କରିଛନ୍ତି ଯେ ଷ୍ଟାଡିୟମରେ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆଥିୟାଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଅନ୍ଧବିଶ୍ୱାସ ଯୋଗୁ ଆଥିୟା ଘରେ ରହିବାକୁ ପସନ୍ଦ କଲେ । ମୁଁ ମ୍ୟାଚ୍‌ ଖେଳୁଥିବା ବେଳେ ଘରେ ରହି ଖେଳ ଦେଖିବାକୁ ସେ ଶୁଭ ବୋଲି ଭାବିଥିଲେ । ରାହୁଲ ଯେତେବେଳେ ବ୍ୟାଟିଂ କରନ୍ତି, ଆଥିୟା ନିଜ ସ୍ଥାନରୁ ଉଠନ୍ତି ନାହିଁ । ଏ ମାମଲାରେ ଆଥିୟା ବାପା ସୁନୀଲ ଶେଟ୍ଟୀଙ୍କ ଭଳି ଅଟନ୍ତି । ଅଭିନେତା ସୁନୀଲ ଶେଟ୍ଟି ବିଶ୍ୱକପ୍ ର ସମସ୍ତ ମ୍ୟାଚ ଚଟାଣରେ ବସି ଦେଖିଥିଲେ ବୋଲି ରାହୁଲ କହିଛନ୍ତି । ଏଭଳି ଅନ୍ଧବିଶ୍ୱାସ ସତ୍ୱେ ନିଜ ଜୀବନରେ ଆଥିୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ରାହୁଲ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *