Pratidin TV

Odisha's Digital News Platform

ନୂଆ ସରକାର ଗଢ଼ିବ ଆପ , ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ..

1 min read

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଅପରାହ୍ନ ସାଢେ ୪ ଟା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସେ ଆତିଶୀ ଶପଥ ନେବେ, ଉପ ରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆତିଶୀଙ୍କ ଶହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳସ ଗୋହଲତ, ଇମ୍ରାନ ହୁସେନ ଓ ମୁକେଶ ଅହଲାଗତ ମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଆତିଶୀ ହେଉଛନ୍ତି ତୃତୀୟ ମହିଳା ଯିଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇବେ ।

ଗତ ୧୭ ତାରିଖରେ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ନୂଆ ସରକାର ଗଠନ ପାଇଁ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ୨୧ ତାରିଖରେ ଶପଥ ଗ୍ରହଣ ପାଇଁ ବୁଧବାର ଉପରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ। ରାଜ ନିବାସରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *